ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୫ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ୫ ଜଣ କରୋନା ପଜିଟିଭ ବାଲେଶ୍ଵରର ବୋଲି ଜଣାପଡ଼ିଛି। ୫ ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ବାଲେଶ୍ଵରରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ। ଏନେଇ ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ପୂର୍ବରୁ ବାଲେଶ୍ଵରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ସୋମବାର ୨ ଜଣ ଚିହ୍ନଟ ହେବା ପରେ ଜିଲ୍ଲାକୁ ହଟସ୍ପଟ ଘୋଷଣା କରାଯାଇଥିଲା। ବର୍ତ୍ତମାନ ପୁଣି ବାଲେଶ୍ଵରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ବର୍ତ୍ତମାନ ୮ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି।

corona

ଗତକାଲି ରାଜ୍ୟରେ ସର୍ବାଧିକ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୫ ଜଣ ଚିହ୍ନଟ ହୋଇଛନ୍ତି ଓ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସ ୫୩ ରହିଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୧ ହଜାର ୭୪୮ଟି ସାମ୍ପଲ ଟେଷ୍ଟ ହୋଇଛି।

Comment