ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଗତ ଦୁଇଦିନ ହେବ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ କୋଲକତାରୁ ଆସିଥିବା ଜଣା ପଡ଼ିଛି। ତେବେ ୬୧ ନମ୍ଵର କରୋନା ଆକ୍ରାନ୍ତଙ୍କଠାରୁ ୬୯ ନମ୍ଵର କରୋନା ଆକ୍ରାନ୍ତ ଯାଏଁ ସମସ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛନ୍ତି ରାଜ୍ୟ ସରକାର
୬୧ ନମ୍ଵର ଆକ୍ରାନ୍ତ
୬୧ ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ଵରର ୫୮ ବର୍ଷିୟ ବ୍ୟକ୍ତି। ସେ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ତାରିଖ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ପରେ ଗତ ୧୩ ତାରିଖରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଯାଇଥିଲେ। ୧୪ରୁ ୧୬ ତାରିଖ ଯାଏ ଭୁବନେଶ୍ୱର କୋଭିଡ ହସ୍ପିଟାଲ୍ରେ ଥିଲେ। ୧୬ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୮ରେ ନମୁନା ପଜିଟିଭ ଆସିଥିଲା। ସେହିଦିନ ସେ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
୬୨ ନମ୍ଵର ଆକ୍ରାନ୍ତ
୬୨ ନମ୍ଵର ଆକ୍ରାନ୍ତ ଜଣକ ହେଉଛନ୍ତି ୫୭ ବର୍ଷିୟ ଭଦ୍ରକ ବାସୁଦେବପୁରର। ସେ ୨୮ ମାର୍ଚ୍ଚରେ କୋଲକାତାରୁ ଅନ୍ୟ ତିନି ଜଣଙ୍କ ସହ ଏକ ଗାଡ଼ିରେ କୋଲକାତାରୁ ଆସିଥିଲେ। ସେହିଦିନଠୁ ଏପ୍ରିଲ ୧୪ ତାରିଖ ଯାଏଁ ସେ ହୋମ କ୍ୱାରେଣ୍ଟାଇନ୍ରେ ରହିଥିଲେ। ୧୫ ଏପ୍ରିଲରୁ ୧୯ ତାରିଖ ଯାଏଁ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ। ପରେ ୧୯ ତାରିଖରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଓ ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲେ। ପରେ ତାଙ୍କୁ କଟକ ଅଶ୍ଵିନୀ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
୬୩ ନମ୍ଵର ଆକ୍ରାନ୍ତ
୬୩ ନମ୍ଵର ଆକ୍ରାନ୍ତ ଜଣକ ଭଦ୍ରକ ବାସୁଦେବପୁର ଅଞ୍ଚଳର ୫୮ ବର୍ଷିୟ ବ୍ୟକ୍ତି। ସେ ଏପ୍ରିଲ ୯ ତାରିଖରେ ଏକ ଟ୍ରକରେ କୋଲକାତାରୁ ବାସୁଦେବପୁର ଆସିଥିଲେ। ପରେ ସେ ୯ ଏପ୍ରିଲରୁ ୧୪ ଏପ୍ରିଲ ଯାଏଁ ହୋମ କ୍ଵାରେଣ୍ଟାଇନରେ ରହିଥିଲେ। ପରେ ତାଙ୍କୁ ୧୫ ଏପ୍ରିଲରୁ ୧୯ ଏପ୍ରିଲ ଯାଏଁ ସରକାରୀ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏହା ପଜିଟିଭ ଆସିବାରୁ ୨୦ ତାରିଖରେ ତାଙ୍କୁ କଟକ ଅଶ୍ଵିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
୬୪ ନମ୍ଵର ଆକ୍ରାନ୍ତ
୬୪ ନମ୍ଵର ଆକ୍ରାନ୍ତ ଜଣକ ହେଉଛନ୍ତି ଭଦ୍ରକର ୫୫ ବର୍ଷିୟ ବ୍ୟକ୍ତି। ସେ ମାର୍ଚ୍ଚ ୨୯ରେ ୭ଜଣଙ୍କ ସହ ଏକ ଗାଡ଼ିରେ କୋଲକାତାରୁ ବାସୁଦେବପୁର ଆସିଥିଲେ। ପରେ ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ଯାଏଁ ହୋମ୍ କ୍ଵାରେଣ୍ଟାଇନରେ ରହିଥିଲେ। ପରେ ତାଙ୍କୁ ଏପ୍ରିଲ ୧୫ରୁ ଏପ୍ରିଲ ୧୯ ଯାଏଁ ସରକାର କ୍ଵାରେଣ୍ଟାଇନରେ ରଖାଯାଇଥିଲା। ୧୯ ଏପ୍ରିଲରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ପଜିଟିଭ ଆସିବା ପରେ ତାଙ୍କୁ ଅଶ୍ଵିନୀ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଥିଲା।
୬୫ ନମ୍ଵର ଆକ୍ରାନ୍ତ
୬୫ ନମ୍ଵର ଆକ୍ରାନ୍ତ ଜଣକ ଭଦ୍ରକର ୬୬ ବର୍ଷିୟ ବ୍ୟକ୍ତି। ସେ କୋଲକାତାରୁ ୨୮ ତାରିଖରେ ଭଦ୍ରକ ଭଣ୍ଡାରିପୋଖରୀକୁ ଆସିଥିଲେ। ପରେ ସେ ୨୮ ମାର୍ଚ୍ଚରୁ ୧୪ ଏପ୍ରିଲ ଯାଏଁ ହୋମ୍ କ୍ଵାରେଣ୍ଟାଇନରେ ରହିଥିଲେ। ପରେ ତାଙ୍କୁ ୧୫ ଏପ୍ରିଲରୁ ୧୯ ଏପ୍ରିଲ ଯାଏଁ ସରକାରୀ କ୍ଵାରେଣ୍ଟାଇନରେ ରହିଥିଲେ। ପରେ ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ସେହିଦିନ ପଜିଟିଭ ବାହାରିଥିଲା।
୬୬ ନମ୍ଵର ଆକ୍ରାନ୍ତ
୬୬ ନମ୍ଵର ଆକ୍ରାନ୍ତ ଭଦ୍ରକର ୪୮ ବର୍ଷିୟ ବ୍ୟକ୍ତି। ସେ ୨୯ ମାର୍ଚ୍ଚରେ ୬ ଜଣଙ୍କ ସହ କୋଲକାତାରୁ ଭଦ୍ରକ ଫେରିଥିଲେ। ପରେ ସେ ମାର୍ଚ୍ଚ ୨୯ ତାରିଖରୁ ୧୪ ଏପ୍ରିଲ ଯାଏଁ ହୋମ କ୍ଵାରେଣ୍ଟାଇନ୍ରେ ରହିଥିଲେ। ପରେ ୧୫ ଏପ୍ରିଲରୁ ୧୯ ଏପ୍ରିଲ ଯାଏଁ ସରକାରୀ କ୍ଵାରେଣ୍ଟାଇନରେ ରହିଥିଲେ। ୧୯ ଏପ୍ରିଲରେ ତାଙ୍କ ନମୁନା ପଜିଟିଭ ବାହାରିବା ପରେ ତାଙ୍କୁ ଅଶ୍ଵିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
୬୮ ନମ୍ଵର ଆକ୍ରାନ୍ତ
୬୮ ନମ୍ଵର ଆକ୍ରାନ୍ତ ବାଲେଶ୍ଵରର ଜଣେ ଦୁଇ ବର୍ଷର ଶିଶୁ। ଏପ୍ରିଲ ୬ତାରିଖରେ ଶିଶୁଟିକୁ ଜ୍ଵର ଓ କାଶ ହୋଇଥିଲା। ପରେ ଏପ୍ରିଲ ୭ ତାରିଖରେ ଶିଶୁକୁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏପ୍ରିଲ ୧୯ ତାରିଖରେ ନମୁନା ପରୀକ୍ଷା ହେବାପରେ ସେହିଦିନ ପଜିଟିଭ ଚିହ୍ନଟ ହୋଇଥିଲା।
୬୯ ନମ୍ଵର ଆକ୍ରାନ୍ତ
୬୯ ନମ୍ଵର କରୋନା ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ର ୪୦ ବର୍ଷିୟ ବ୍ୟକ୍ତି। ସେ ସୁନ୍ଦରଗଡ଼ର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ୨୧ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ ସେ ନିଜ ଘରେ ରହିଥିଲେ। ପରେ ୨୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ ଯାଏଁ ରାଉରକେଲାରେ ରହିଥିଲେ ମେଡିକାଲ କାମରେ। ପରେ ସେ ପୁଣି ୧ ଏପ୍ରିଲରୁ ୧୯ ଏପ୍ରିଲ ଯାଏଁ ଘରେ ରହିଥିଲେ। ୨୦ ତାରିଖରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ସେହିଦିନ ହିଁ ପଜିଟିଭ ଆସିଥିଲା।


















