ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାର ରାଜ୍ୟରୁ ବିନା ପଞ୍ଜୀକରଣରେ ନିଜ ଗାଁକୁ ଫେରି ପାରିବେ ନାହିଁ ଓଡ଼ିଆ ଲୋକ।

ବାହାର ରାଜ୍ୟରୁ ଓଡ଼ିଶା ଫେରିବାକୁ ଥିବା ଓଡ଼ିଆ ଲୋକମାନେ ମନଇଚ୍ଛା ଆସିପାରିବେ ନାହିଁ। ସେମାନଙ୍କ ପାଇଁ ସରକାର କଟକଣା ଜାରି କରିଛନ୍ତି। ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର କହିଛନ୍ତି।

ଲକ୍‌ଡାଉନ୍‌ ହଟିଲେ ରାଜ୍ୟ ବାହାରେ ଅଟକିଥିବା ୫ ଲକ୍ଷରୁ ଅଧିକ ଶ୍ରମିକ ନିଜ ଘରକୁ ଆସିବା ପାଇଁ ଚାହିଁ ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ହେଲେ ବାହାରେ ଫସିଥିବା ଓଡ଼ିଆ ମନଇଚ୍ଛା ଘରକୁ ଆସିପାରିବେ ନାହିଁ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

corona୨୪ ତାରିଖରୁ ପଞ୍ଚାୟତ ସ୍ତରୀୟ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯିବ। ଯେଉଁମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ତାଙ୍କ ପରିବାର କିମ୍ବା ସମ୍ପର୍କୀୟ ପଞ୍ଜୀକରଣ ଫର୍ମ ପୂରଣ କରି ପଞ୍ଚାୟତ ଅଫିସରେ ଦେଇପାରିବେ। ବିନା ପଞ୍ଜୀକରଣରେ ସେମାନେ ଓଡ଼ିଶା ଆସିପାରିବେ ନାହିଁ।

ବସ୍‌ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନେ ନିଜ ଘରକୁ କୌଣସି ଗାଡ଼ିରେ ଆସିପାରିବେ ନାହିଁ। ସେମାନଙ୍କୁ ପଞ୍ଚାୟତ ଅଧିକାରୀ ସ୍ୱତନ୍ତ୍ର ଗାଡ଼ିରେ ଆଣିବେ। ଗାଁରେ ପହଞ୍ଚିଲା ପରେ ସିଧାସଳଖ ନିଜ ଘରକୁ ଯିବା ପାଇଁ ବାରଣ କରାଯାଇଛି।

ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ସ୍ୱାସ୍ଥ୍ୟ କର୍ମୀ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସ୍ୱାବ୍‌ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।

ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ର, ତେଲେଙ୍ଗାନାରେ ବହୁତ ଓଡ଼ିଆ ଲୋକ ଅଟକିଛନ୍ତି। ସେମାନେ ଲକ୍‌ଡାଉନ୍‌ ପରେ ଓଡ଼ିଶା ଫେରିବେ। ଓଡ଼ିଶା ଅପେକ୍ଷା ଏସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here