ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ପାଇଁ ପିଲାମାନେ ଏବେ ଘରେ ଅଛନ୍ତି। ଏହା ସ୍ୱାଭାବିକ ଯେ ସେମାନଙ୍କ ଭିତରେ ଝଗଡ଼ା ନିଶ୍ଚୟ ହେଉଥିବ। ଆପଣ ତାଙ୍କ ଝଗଡ଼ା ଭାଙ୍ଗିବାକୁ କିଛି ଟିପ୍ସ ଆପଣାନ୍ତୁ।
ଯଦି ପିଲାମାନେ ଘରେ ଅଛନ୍ତି, ତେବେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିଶ୍ଚିତ। ପିଲାମାନଙ୍କ ଝଗଡ଼ାକୁ ସମ୍ଭାଳିବା ଓ ସେମାନଙ୍କୁ ବୁଝାଇବା କିଛି ବଡ଼ ଚାଲେଞ୍ଜଠୁ କମ୍ ନୁହଁ। ଏହିପରି ପରିସ୍ଥିତିରେ, କିଛି ସହଜ ଟିପ୍ସ ଅନୁସରଣ କରି, ଆପଣ ପିଲାମାନଙ୍କର ଝଗଡ଼ାକୁ ନିୟନ୍ତ୍ରଣ କରିପାରିବେ।
୧- ପିଲାଙ୍କ ଝଗଡ଼ା ଥଣ୍ଡା ମସ୍ତିଷ୍କରେ ରହି ଭାଙ୍ଗନ୍ତୁ। ଗୋଟିଏ ପିଲାକୁ ଅନ୍ୟ ପିଲା ସହ ତୁଳନା କରନ୍ତୁ ନାହିଁ। ତୁଳନା କଲେ ସେମାନଙ୍କ ଭିତରେ ରାଗ ବଢ଼ିଥାଏ। ତେଣୁ ଉଭୟଙ୍କୁ ସମାନ ଢଙ୍ଗରେ ବୁଝାନ୍ତୁ। 
୨- ପିଲାମାନଙ୍କୁ କିଛି ଘର କାମ କରିବାକୁ ଦିଅନ୍ତୁ । ସେହି କାମକୁ ପିଲାମାନଙ୍କ ମଧ୍ୟରେ ଭାଗ କରିଦିଅନ୍ତୁ । ଫଳରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବ ନାହିଁ।
୩- ଯେତେବେଳେ ପିଲାମାନେ ଆପଣଙ୍କ ସହିତ କିଛି କଥା ସେୟାର କରୁଛନ୍ତି ସେତେବେଳେ ସେମାନଙ୍କ କଥା ଶୁଣନ୍ତୁ। ସେମାନଙ୍କ କଥା ଶୁଣିବା ପାଇଁ ସମୟ ଦିଅନ୍ତୁ।
୪- ପିଲାଙ୍କ ସହ ଝଗଡ଼ା ହେବା ପରେ ସେମାନଙ୍କ ସହିତ ଅଲଗା କଥା ହୁଅନ୍ତୁ | ସେମାନଙ୍କ ଆଚରଣ ହେତୁ ଅନ୍ୟ ଜଣକୁ କେତେ ଖରାପ ଅନୁଭବ ହୋଇଥିବ ସେମାନଙ୍କୁ ଅନୁଭବ କରାନ୍ତୁ। ଯାହାଦ୍ୱାରା ସେମାନେ ସେମାନଙ୍କର ଭୁଲକୁ ଅନୁଭବ କରିପାରିବେ। ପରବର୍ତ୍ତୀ ସମୟରେ ଝଗଡ଼ା କରିବେ ନାହିଁ।
୫- ଯଦି ଖେଳନା ବା ଟିଭି ରିମୋର୍ଟ ପାଇଁ ଝଗଡ଼ା ହେଉଛି ତାହାଲେ ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ସମୟ ସ୍ଥିର କରିଦିଅନ୍ତୁ।
















