ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲାକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଭିନ୍ନ ଜିଲ୍ଲା ଏବଂ ଅନ୍ୟ ରାଜ୍ୟ ପାଇଁ ଆଇଏଏସ୍‌ ଅଫିସରମାନଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ପ୍ରଦୀପ୍ତ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ

ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ମିଳିଛି। ସେ ପୂର୍ବପରି ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ। ବିଭିନ୍ନ ବିଭାଗ ଏବଂ କୋଭିଡ୍-୧୯ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରିବେ। ନିକୁଞ୍ଜ ଧଳ ପୂର୍ବପରି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ।

କେଉଁ ଜିଲ୍ଲା ପାଇଁ କିଏ?

  • ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଏବଂ ଏନ୍‌ ତିରୁମାଲା ନାୟକଙ୍କୁ ଦାୟିତ୍ୱ।
  • ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଏବଂ ରତ୍ନାକାର ରାଉତ।
  • କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଏବଂ ସୁଶାନ୍ତ ମହାପାତ୍ର।
  • ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱରେ ଜି ମାଥିଭତନାନ୍‌ ଓ କ୍ରିଷନ କୁମାର।
  • ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ ଶର୍ମା ଓ ସୁରେଶ ଦଳାଇ।
  • ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥୀ।
  • ବଲାଙ୍ଗିର, ବରଗଡ଼, ନୂଆପଡ଼ା ଦାୟିତ୍ୱରେ ସୁଶୀଲ ଜୋହାନୀ ଏବଂ ବେଣୁଧର ବେହେରା।
  • କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ମିଶ୍ରଙ୍କୁ ଦାୟିତ୍ୱ।
  • କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭିଭି ଯାଦବ ଓ ରସିଦ ଖାନ୍‌।
  • ନୟାଗଡ଼, ପୁରୀ, କଟକ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପାଇଁ ଅନୀଲ ସାମଲ।
  • ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁ।

ଅନ୍ୟ ରାଜ୍ୟ ପାଇଁ କିଏ?

  • ତେଲେଙ୍ଗାନା ଦାୟିତ୍ୱରେ ୱାଇ ବିଜୟ।
  • ଆନ୍ଧ୍ର ପ୍ରଦେଶ ପାଇଁ ବି ପରମେଶ୍ୱରନ୍‌।
  • ପଶ୍ଚିମବଙ୍ଗ ପାଇଁ ଭାସ୍କର ଜ୍ୟୋତି ଶର୍ମା।
  • ଗୁଜରାଟ ଦାୟିତ୍ୱରେ ନୀତିନ ଭାନୁଦାସ ଜୱାଲେ।
  • ମହାରାଷ୍ଟ୍ର ପାଇଁ ରାଜେଶ ପି ପାଟିଲ।
  • ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମ୍‌।
  • ବିହାର ଓ ଝାଡ଼ଖଣ୍ଡ ଦାୟିତ୍ୱରେ ମହମ୍ମଦ ସିଦ୍ଦିକ ଆଲାମ।
  • କେରଳ ପାଇଁ ଏମ୍‌ ମୁଥୁକୁମାର।
  • ନୂଆଦିଲ୍ଲୀ ଏନ୍‌ସିଆର୍‌ ପାଇଁ ସଞ୍ଜୀବ ମିଶ୍ର।
  • ଅନ୍ୟ ସବୁ ରାଜ୍ୟ ଦାୟିତ୍ୱରେ ଅମିତାଭ ଠାକୁର।

LEAVE A REPLY

Please enter your comment!
Please enter your name here