ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରୁ ସୁସ୍ଥ ହୋଇ ପରିବାର ସହିତ ଲକ୍ଷ୍ନୌରେ ସମୟ ବିତାଉଛନ୍ତି ବଲିଉଡ ଗାୟିକା କନିକା କପୁର।

ବଲିଉଡ ଗାୟକ କନିକା କପୁର କରୋନାରୁ ସୁସ୍ଥ ହେବା ପରେ ଏବେ ଲକ୍ଷ୍ମୌରେ ଥିବା ତାଙ୍କ ଘରେ ରହୁଛନ୍ତି। କରୋନାକୁ ଜିତି କନିକା ଏବେ ନିଜ ପରିବାର ସହିତ ସମୟ ବିତାଉଛନ୍ତି।

ସୁସ୍ଥ ହେବା ପରେ କନିକା ପ୍ରଥମ ଥର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।  ଇନଷ୍ଟାରେ କନିକା ପୋଷ୍ଟ କରିଥିବା ଫଟୋରେ ତାଙ୍କ ବାପା, ମା’ଙ୍କୁ ବି ଦେଖିବାକୁ ମିଳିଛି।

ପରିବାର ସହିତ ସମୟ ବିତାଉଥିବା କାନିକାଙ୍କ ଏହି ଫଟୋ ଉପରେ ପ୍ରଶଂସକମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି। ମାର୍ଚ୍ଚ ୨୦ଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ରେ ଚିକିତ୍ସିତ ହେଉଥିଲେ।

Comment