ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡକୁ ଗୋଟିଏ ପରେ ଗୋଟିଏ ଝଟକା। ବୁଧବାର ଅଭିନେତା ଇରଫାନଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁରୁବାର ଦୁନିଆକୁ ଅଲବିଦା କହିଛନ୍ତି ଭେଟେରାନ ଅଭିନେତା ୠଷି କପୁର।
ଭେଟେରାନ ଅଭିନେତା ୠଷି କପୁରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛି ସିନେ ଜଗତ। ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦେଇଛି ଏକ ଶକ୍ତ ଧକ୍କା। କେବଳ ସିନେ କଳାକାର ନୁହଁନ୍ତି ଅନେକ ପ୍ରଶଂସକ, କ୍ରୀଡ଼ାବିତ୍ ଏଥିରେ ହୋଇଛନ୍ତି ଗଭୀର ମର୍ମାହତ। ବଲିଉଡରୁ ନେଇ ରାଜନୀତି ଯାଏଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ୠଷି କପୁର ପ୍ରତିଭାର ପାଓ୍ୱାରହାଉସ୍ ଥିଲେ ବୋଲି ସେ କହିଛନ୍ତି।
Multifaceted, endearing and lively…this was Rishi Kapoor Ji. He was a powerhouse of talent. I will always recall our interactions, even on social media. He was passionate about films and India’s progress. Anguished by his demise. Condolences to his family and fans. Om Shanti.
— Narendra Modi (@narendramodi) April 30, 2020
‘‘ ୠଷି କପୁର ପ୍ରତିଭାର ପାଓ୍ୱାର ହାଉସ୍। ତାଙ୍କ ଅଭିନୟ ଥିଲା ଜୀବନ୍ତ। ସେ ଥିଲେ ସମସ୍ତଙ୍କ ପ୍ରିୟ। ସୋସିଆଲ ମିଡିଆରେ ତାଙ୍କ ସହ ମୋର ବାର୍ତ୍ତାଳାପକୁ ମୁଁ ସବୁବେଳେ ମନେ ରଖିବି’’, ଟୁଇଟରେ ଲେଖିଛନ୍ତି ମୋଦୀ। ଏଥିସହ ତାଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜଣାଇଛନ୍ତି।
ସେହିପରି ଅଭିନେତା ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ଅଭିନେତା ଅନୁପମ ଖେର୍, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ରାହୁଲ ଗାନ୍ଧୀ, ମନୋଜ ବାଜପେୟୀ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
















