ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବାଲେଶ୍ୱରରୁ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ବ୍ୟକ୍ତିଜଣଙ୍କର କୋଲକାତା ଲିଙ୍କ୍ ରହିଛି। ଯାହା ଫଳରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୦୨ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ସୂଚନା ରହିଛି।


















