ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (VIMSAR) ରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଷ୍ଟାଫ୍ ନର୍ସ ଏବଂ ଲାବୋରେଟାରୀ ଟେକ୍ନିସିଆନ ପଦବୀରେ ପାଇଁ ଆସନ୍ତା ମେ’ ୪ ତାରିଖରେ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।
ଷ୍ଟାଫ୍ ନର୍ସ:
- ପଦବୀ ସଂଖ୍ୟା- ୧୧୬
- ଯୋଗ୍ୟତା- ଅବସରପ୍ରାପ୍ତ ନର୍ସ କିମ୍ବା ଦ୍ୱାଦଶ ପାସ୍ କରିଥିବେ ବା ଜି.ଏନ୍.ଏମରେ ଡିପ୍ଲୋମା କରିଥିବେ ବା ବି.ଏସସି ନର୍ସିଂ କରିଥିବେ।
- ଦରମା- ୧୦୦୦ ଟଙ୍କା ଦିନ ପିଛା
ଲାବୋରେଟାରୀ ଟେକ୍ନିସିଆନ:
- ପଦବୀ ସଂଖ୍ୟା- ୧୪
- ଯୋଗ୍ୟତା- ସରକାରୀ ସଂସ୍ଥାରୁ ଅବସରପ୍ରାପ୍ତ ଲାବୋରେଟାରୀ ଟେକ୍ନିସିଆନ (ଦ୍ୱାଦଶ ପାସ୍ କରିଥିବେ), DMLT ପରୀକ୍ଷା ପାସ୍ କରିଥିବେ।
- ଦରମା- ୧୦୦୦ ଟଙ୍କା ଦିନ ପିଛା
ଇଣ୍ଟରଭ୍ୟୁ:
- ଇଣ୍ଟରଭ୍ୟୁ ସମୟ- ୨୦୨୦ ମେ’ ୪ ତାରିଖ ସକାଳ ୧୦ରୁ ୧ଟା
- ଇଣ୍ଟରଭଅୟୁ ସ୍ଥାନ- କଲେଜ୍ ଅଫ୍ ନର୍ସିଂ, VIMSAR, ବୁର୍ଲା
ଅଧିକ ସୂଚନା ପାଇଁ sambalpur.nic.inରେ ଲଗ୍ଇନ୍ କରନ୍ତୁ।
Source– www.chakiri.plus