ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (VIMSAR) ରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଷ୍ଟାଫ୍ ନର୍ସ ଏବଂ ଲାବୋରେଟାରୀ ଟେକ୍ନିସିଆନ ପଦବୀରେ ପାଇଁ ଆସନ୍ତା ମେ’ ୪ ତାରିଖରେ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।

ଷ୍ଟାଫ୍ ନର୍ସ:

  • ପଦବୀ ସଂଖ୍ୟା- ୧୧୬
  • ଯୋଗ୍ୟତା- ଅବସରପ୍ରାପ୍ତ ନର୍ସ କିମ୍ବା ଦ୍ୱାଦଶ ପାସ୍ କରିଥିବେ ବା ଜି.ଏନ୍.ଏମରେ ଡିପ୍ଲୋମା କରିଥିବେ ବା ବି.ଏସସି ନର୍ସିଂ କରିଥିବେ।
  • ଦରମା- ୧୦୦୦ ଟଙ୍କା ଦିନ ପିଛା

ଲାବୋରେଟାରୀ ଟେକ୍ନିସିଆନ:

  • ପଦବୀ ସଂଖ୍ୟା- ୧୪
  • ଯୋଗ୍ୟତା- ସରକାରୀ ସଂସ୍ଥାରୁ ଅବସରପ୍ରାପ୍ତ ଲାବୋରେଟାରୀ ଟେକ୍ନିସିଆନ (ଦ୍ୱାଦଶ ପାସ୍ କରିଥିବେ), DMLT ପରୀକ୍ଷା ପାସ୍ କରିଥିବେ।
  •  ଦରମା- ୧୦୦୦ ଟଙ୍କା ଦିନ ପିଛା

 

VIMSAR

ଇଣ୍ଟରଭ୍ୟୁ:

  • ଇଣ୍ଟରଭ୍ୟୁ ସମୟ- ୨୦୨୦ ମେ’ ୪ ତାରିଖ ସକାଳ ୧୦ରୁ ୧ଟା
  • ଇଣ୍ଟରଭଅୟୁ ସ୍ଥାନ- କଲେଜ୍ ଅଫ୍ ନର୍ସିଂ, VIMSAR, ବୁର୍ଲା

ଅଧିକ ସୂଚନା ପାଇଁ sambalpur.nic.inରେ ଲଗ୍ଇନ୍ କରନ୍ତୁ।

Sourcewww.chakiri.plus

Comment