ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ସୋସିଆଲ ମିଡିଆ ପୋଷ୍ଟ କରି ଅଭିନେତା ୠଷି କପୁର, ଇରଫାନ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତାଭ ବଚ୍ଚନ।

ଅଭିନେତା ଇରଫାନ ଖାନ, ୠଷି କପୁରଙ୍କ ମୃତ୍ୟୁ ବଲିଉଡକୁ ଦେଇଛି ଏକ ବଡ଼ ଝଟକା। ଇରଫାନ ଏବଂ ୠଷି ଦୁଇଜଣ କେବଳ ନିଜ ଅଭିନୟ ପାଇଁ ନୁହେଁ ନିଜର ନିଆରା ଷ୍ଟାଇଲ ପାଇଁ ବେଶ୍‌ ପରିଚିତ ଥିଲେ। ଏହି ଦୁଇ ଷ୍ଟାରଙ୍କ ବିୟୋଗରେ ବଲିଉଡ କଳାକାର ସ୍ତବ୍ଧ ହୋଇଯାଇଛନ୍ତି। ବଲିଉଡର ବହୁ କଳାକାର ମଧ୍ୟ ଏହି ଦୁଃଖରୁ ବାହାରି ପାରିନାହାନ୍ତି।

ଏଭଳି ପରିସ୍ଥିତିରେ ବଲିଉଡ ସେହନସାହା ଅମିତାଭ ବଚ୍ଚନ ବି ସେମାନଙ୍କୁ ଭୁଲି ପାରୁନାହାନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋକୁ ବାରମ୍ବାର ପୋଷ୍ଟ କରୁଛନ୍ତି ସେ। ଏବେ ସେ ସୋସିଆଲ ମିଡିଆରେ ୨ ଜଣଙ୍କର ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି।

ଗୋଟିଏ ପୋଷ୍ଟରେ ଅମିତାଭ ୠଷି କପୁର ଏବଂ ଇରଫାନ ଖାନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ ୠଷି କପୁରଙ୍କ ପାଇଁ ଏକ ଗୀତ ସେୟାର କରିଛନ୍ତି।

ଅମିତାଭ ୠଷି କପୁରଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ସେହିପରି ଫିଲ୍ମ ‘ପିକୁ’ରେ ସେ ଇରଫାନଙ୍କ ସହ ସ୍କ୍ରିନ ସେୟାର କରିଥିଲେ।

LEAVE A REPLY

Please enter your comment!
Please enter your name here