ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ୠଷି କପୁର ଅନେକ ଅଭିନେତ୍ରୀଙ୍କ ସହ ଫିଲ୍ମରେ ରୋମାନ୍ସ କରିଥିଲେ। କିନ୍ତୁ ନିତୁ ସିଂଙ୍କ ସହ ତାଙ୍କର ଯୋଡ଼ି ବେଶ୍‌ ନିଆରା ଥିଲା।

ପତ୍ନୀ ନିତୁ ସିଂଙ୍କ ସହିତ ଅନେକ ଫିଲ୍ମରେ କାମ କରିଥିଲେ ୠଷି କପୁର। ଦର୍ଶକ ସେମାନଙ୍କୁ ଖୁବ୍‌ ଭଲ ପାଇବା ଦେଇଥିଲେ। ଆଜି ଆମେ ୠଷି କପୁର ଏବଂ ନିତୁ ସିଂଙ୍କ  ସେମିତି କିଛି ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ସେମାନେ ଏକାଠି କାମ କରିଥିଲେ।

ଫିଲ୍ମ ‘କଭି କଭି’ରେ ୠଷି ଓ ନିତୁ ଏକାଠି କାମ କରିଥିଲେ। ଏଥିରେ ତାଙ୍କ ଯୋଡ଼ିକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। ୟଶ ଚୋପ୍ରାଙ୍କ ଏହି ଫିଲ୍ମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ଆଫେୟାର୍ସ ଥିବା ଚର୍ଚ୍ଚା ହୋଇଥିଲା।

୧୯୭୭ ମସିହାରେ ଦୁହେଁ ଆଉ ଏକ ଫିଲ୍ମ ‘ଦୁସ୍‌ରା ଆଦମୀ’ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେମାନଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।

୧୯୭୭ରେ ଫିଲ୍ମ ‘ଅମର ଆକବର ଅର୍‌ ଆନ୍ଥୋନି’ରେ ବି ୠଷି ଓ ନିତୁ ଏକାଠି କାମ କରିଥିଲେ। ଏଥିରେ ୠଷି କପୁର ଏବଂ ନିତୁଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ବିନୋଦ ଖାନ୍ନା, ଶାବନା ଆଜମି ଏବଂ ପରଭେନ ବବିଙ୍କ ଭଳି ଷ୍ଟାର ଅଭିନୟ କରିଥିଲେ।

ୠଷି ଓ ନିତୁ ୧୯୮୦ରେ ରିଲିଜ ହୋଇଥିବା ଫିଲ୍ମ ‘ଧନ ଦୌଲତ’ରେ ବି ଏକାଠି ନଜର ଆସିଥିଲେ। ଏଥିରେ ହରିଶ ଶାହ ନିର୍ଦ୍ଦେଶନା ଦେଇଥିଲେ।

୨୦୧୦ରେ କମେଡି-ଡ୍ରାମା ଫିଲ୍ମ ‘ଦୋ ଦୁନି ଚାର୍‌ରେ ୠଷି କପୁର ଓ ନିତୁ ଏକାଠି ନଜର ଆସିଥିଲେ। ସେହିପରି ୨୦୧୩ରେ ‘ବେସରମ’ ଏକ ଆକ୍ସନ୍-କମେଡି ଫିଲ୍ମ ରିଲିଜ ହୋଇଥିଲା ଏହି ଫିଲ୍ମରେ ୠଷି କପୁର ନିତୁ ଓ ତାଙ୍କ ପୁଅ ରଣବୀର କପୁରଙ୍କ ସହ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here