ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୭ ବର୍ଷ ବୟସରେ ପାଦ ଦେଇଛନ୍ତି ଟିଭି ସିରିଏଲର ସଂସ୍କାରୀ ବୋହୂ ଏରିକା।
୧୯୯୩ରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଅଭିନେତ୍ରୀ ଏରିକା। ଏବେ ଲକଡାଉନ୍ ଯୋଗୁଁ ସେ ତାଙ୍କ ଜନ୍ମଦିନ ନିଜ ପରିବାର ସହ ଅତି ସାଧାରଣ ଭାବେ ପାଳନ କରିଛନ୍ତି ବୋଲି ଜଣାପଡ଼ିଛି। ଆଜି ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ରିଅଲ୍ ଲାଇଫରେ ସେ କେମିତି?
ଷ୍ଟାର ପ୍ଲସରେ ପ୍ରସାରିତ ସିରିଏଲ ‘କସୌଟି ଜିନ୍ଦେଗୀ କେ ୨’ ରେ ପ୍ରେରଣା ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଏରିକା। ସିରିଏଲରେ ସେ ଜଣେ ସଂସ୍କାରୀ ଝିଅ ଆଉ ଜଣେ ସଂସ୍କାରୀ ବୋହୂ ଭୂମିକାରେ ନଜର ଆସନ୍ତି। ତାଙ୍କର ଏହି ଚରିତ୍ରକୁ ଦେଖିଲେ କେହି ଭାବି ପାରିବେନି ଏରିକା ତାଙ୍କ ରିଅଲ ଲାଇଫରେ କେମିତି ହୋଇଥିବେ।
ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଣିକା ରିଲ୍ ଲାଇଫରେ ଯେମିତି ରିଅଲ ଲାଇଫରେ ଆଦୌ ସେମିତି ନୁହନ୍ତି।
ଏରିକା ତାଙ୍କ ରିଅଲ ଲାଇଫରେ ବେଶ୍ ବୋଲ୍ଡ ଏବଂ ଷ୍ଟାଇଲିସ। ସେ ସୋସିଆଲ ମିଡିଆରେ ବି ବେଶ୍ ଆକ୍ଟିଭ ରହନ୍ତି। ଲଗାତର ନିଜର ହଟ୍ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।
ଯଦି ଏରିକାଙ୍କ କାମ କଥା କୁହଯାଏ, ଷ୍ଟାରପ୍ଲସରେ ଆସିବା ପୂର୍ବରୁ ସେ ସୋନୀ ପ୍ରସାରିତ ଏକ ସିରିଏଲରେ ଅଭିନୟ କରୁଥିଲେ। ସେହି ସିରିଏଲ ଥିଲା ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଏସେ ଭି’। ଏଥିରେ ତାଙ୍କ ବିପକ୍ଷରେ ଅଭିନେତା ଶାହିର ଶୈଖ୍ ନଜର ଆସିଥିଲେ।










