ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମରେ ପଡ଼ିଲେ ହିନ୍ଦୀ ସିରିଏଲ ‘କସୌଟି ଜିନ୍ଦେଗୀ କେ ୨’ରେ ପ୍ରେରଣା ଚରିତ୍ରରେ ଅଭିନୟ କରୁଥିବା ଏରିକା ଫର୍ଣ୍ଣାଣ୍ଡିସ। ଏରିକାଙ୍କର ଗୋଟିଏ ଇନଷ୍ଟଗ୍ରାମ ପୋଷ୍ଟ ପାଇଁ ସବୁଆଡ଼େ ଏଭଳି ଚର୍ଚ୍ଚା ହେଉଛି। ପ୍ରକୃତରେ ଏରିକା ଇନ୍‌ଷ୍ଟାରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଏରିକାଙ୍କ ହାତ ସହିତ ଆଉ ଜଣଙ୍କର ହାତ ଦେଖିବାକୁ ମିଳିଥିଲା।

ଫଟୋରେ ଏରିକାଙ୍କ କ୍ୟାପସନରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେ ପ୍ରେମରେ ପଡ଼ିଛନ୍ତି। ଏରିକା ନିର୍ବନ୍ଧ କରିନେଇଥିବା ଅନେକ କମେଣ୍ଟ ମଧ୍ୟ କରିଛନ୍ତି।

ଲୋକପ୍ରିୟ ସିରିଏଲରେ ଦମଦାର ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଛନ୍ତି ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିସ।  ଅନେକ ସମୟରେ ନିଜ ଲଭ୍‌ ଲାଇଫକୁ ନେଇ ସେ ଚର୍ଚ୍ଚାକୁ ଆସିଥାନ୍ତି। କସୌଟି ଜିନ୍ଦେଗୀ କେ ୨ରେ ତାଙ୍କ ଅପୋଜିଟରେ ଥିବା ପାର୍ଥ ସମାଥନଙ୍କ ସହ ତାଙ୍କ ସଂପର୍କକୁ ନେଇ ବହୁ ସମୟରେ ଚର୍ଚ୍ଚା ହୋଇଛି।

Comment