ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ଅଭିନେତା, ପ୍ରଯୋଜକ ତଥା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନଏସଡି)ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ହେଇଛନ୍ତି ପ୍ରଥମ ଓଡ଼ିଆ।

ଚିତ୍ତରଞ୍ଜନ ତ୍ରିପାଠୀ ଏକାଧାରରେ ଜଣେ ଅଭିନେତା, ନାଟ୍ୟକର୍ମୀ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦେଶକ ତଥା ପ୍ରଯୋଜକ। ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଏବଂ  ‘ମୁଖ୍ୟମନ୍ତ୍ରୀ’ର ନିର୍ଦେଶନା ଦେଇ ସେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ। ଉଭୟ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି।

‘ଧଉଳି ଏକ୍ସପ୍ରେସ’ ଲାଗି ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ବ୍ୟତୀତ ଚିତ୍ତରଞ୍ଜନ ଅନେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଏବଂ ୱେବସିରିଜରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି।

ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା ମଧ୍ୟ। ଚିତ୍ତରଞ୍ଜନ ତ୍ରିପାଠୀ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟ।

ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି) ବିଶ୍ଵର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା। ସଂଗୀତ ନାଟକ ଏକାଡେମୀ ଦ୍ଵାରା ଏହି ପ୍ରତିଷ୍ଠାନ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା।

ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଏନଏସଡିର ନିର୍ଦେଶକ ଭାବେ ନିଯୁକ୍ତ ମିଳିବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।

Tags: #ChittaranjanTripathy #NSDDirector #National School of Drama #OdiaActor #director #entertainment #NSD

LEAVE A REPLY

Please enter your comment!
Please enter your name here