ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗୁଆ ଖରାଛୁଟି ଘୋଷଣା ହୋଇଥିବାରୁ ସ୍କୁଲ ପିଲାଙ୍କୁ ୧୨ ଦିନର ମଧ୍ୟାହ୍ନ ଭୋଜନ ଦେବା ଲାଗି ନିଷ୍ପତ୍ତି ହୋଇଛି।

ସ୍କୁଲ ପରିଚାଳନା କମିଟିର ଉପସ୍ଥିତିରେ ସ୍କୁଲ ପିଲାଙ୍କ ଅଭିଭାବକମାନଙ୍କୁ ୧୨ ଦିନର ଚାଉଳ ଏବଂ ରାସନ ସାମଗ୍ରୀ ବାବଦକୁ ଟଙ୍କା ଦିଆଯିବ। ଏହି ଟଙ୍କା ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ଆକାଉଣ୍ଟରେ ଡିପୋଜିଟ କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରାଯିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏହା ବ୍ୟତୀତ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ବଳକା ଚାଉଳ ଏବଂ ଅନ୍ୟ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ଭାବେ ବିଦ୍ୟାଳୟମାନଙ୍କରେ ରଖିବାକୁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବାକୁ କୁହାଯାଇଛି।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲକୁ ମେ’ ୨୫ରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।

Tags: #SummerVacation #SchoolStudent #MidDayMeal #Odisha #HeatWave

LEAVE A REPLY

Please enter your comment!
Please enter your name here