ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ବର୍ଷୀୟାନ ଅଭିନେତ୍ରୀ ଓ୍ଵାହିଦା ରେହମାନ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏ ନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସିନେମା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

ଓ୍ଵାହିଦା ରେହମନ ବଲିଉଡ ସିନେ ଜଗତର ଅତି ପରିଚିତ ନାଁ। ଅନେକ ସିନେମାରେ ତାଙ୍କର ଅଭିନୟ ଦକ୍ଷତା ସିନେ ପ୍ରେମୀଙ୍କୁ ଆଚମ୍ବିତ କରିଛି। ପୂର୍ବରୁ ଓ୍ଵାହିଦା ରେହମାନଙ୍କୁ ପ୍ରଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ହିନ୍ଦୀ ସିନେମା ‘ରେସ୍ମା’ ଏବଂ ‘ସେରା’ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି।

ଭାରତୀୟ ସିନେମା ଜଗତକୁ ଓ୍ଵାହିଦା ରେହମାନଙ୍କ ଅବଦାନ ଅତୁଳନୀୟ। ତାଙ୍କର ଦକ୍ଷତା ଏବଂ ଜୀବନ୍ତ ଅଭିନୟ ପାଇଁ ସେ ସିନେ କ୍ରିଟିକ୍ସମାନଙ୍କର ଅନେକ ପ୍ରଶଂସା ସାଉଣ୍ଟିଛନ୍ତି।

ବଲିଉଡର ଲୋକପ୍ରିୟ ସିନେମା ‘ପ୍ୟାସା’, ‘କାଗଜକେ ଫୁଲ’, ଚୌଦଭି କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’, ‘ଗାଇଡ’ ଏବଂ ‘ଖାମୋସି’ ଆଦିରେ ତାଙ୍କର ଜୀବନ୍ତ ଅଭିନୟ ଦେଖିବାକୁ ମିଳିଛି।

Tags: #Entertainment #Bollywood #WaheedaRehman #DadaSahebFalkeAward #VeteranActress

LEAVE A REPLY

Please enter your comment!
Please enter your name here