ଓଡ଼ିଶାଲାଇଭ୍ ବ୍ୟୁରୋ

ମଲାଇକା ଆରୋରାଙ୍କଠାରୁ ଅଲଗା ହେବାର ପ୍ରାୟ ୬ ବର୍ଷ ପରେ ଦ୍ଵିତୀୟ ବିବାହ କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ। ରବିବାର ଦିନ ୫୬ ବର୍ଷ ବୟସରେ ନିଜର ଲେଡି ଲଭ୍ ଶୂରା ଖାନଙ୍କୁ ବିବାହ କରିଛନ୍ତି ଅରବାଜ।

ଅରବାଜ ଖାନ ସିନେମାରେ ଅଭିନୟ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ମଲାଇକାଙ୍କ ସହ ବିବାହ ବିଚ୍ଛେଦ ଦେବା ପରେ ଅରବାଜଙ୍କର ଶୂରାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରିଲିଜ ଅପେକ୍ଷାରେ ଥିବା ହିନ୍ଦୀ ସିନେମା ‘ପଟନା ଶୁକ୍ଳା’ର ସୁଟିଂ ସେଟରେ ଉଭୟ ଅରବାଜ ଏବଂ ଶୂରାଙ୍କର ଦେଖା ହୋଇଥିଲା। ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

କେବଳ ପରିବାର ସଦସ୍ୟ ଏବଂ ହାତଗଣତି କେତେଜଣ ସମ୍ପର୍କୀୟଙ୍କ ଗହଣରେ ଅରବାଜ ଏବଂ ଶୂରାଙ୍କ ବିବାହ ଅର୍ପିତା ଖାନଙ୍କ ବାନ୍ଦ୍ରାସ୍ଥିତ ଘରେ ସମ୍ପନ୍ନ ହୋଇଥିଲା। ଅରବାଜଙ୍କ ଦ୍ଵିତୀୟ ପତ୍ନୀ ଶୂରା ଖାନ ହେଉଛନ୍ତି ବଲିଉଡର ଜଣେ ଜଣାଶୁଣା ମେକଅପ୍ ଆର୍ଟିଷ୍ଟ।

Tags: #BollywoodCelebrity #ArbaazKhan #SecondMarriage #ShuraKhan #Entertainment

LEAVE A REPLY

Please enter your comment!
Please enter your name here