ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ।

ମହାରାଷ୍ଟ୍ର ସରକାରଙ୍କୁ ଶାହରୁଖ ଖାନ ଲିଖିତ ଭାବେ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଥିଲେ। ମହାରାଷ୍ଟ୍ର ସରକାର କିଙ୍ଗ ଖାନଙ୍କ ଆବେଦନକୁ ଗୁରୁତ୍ଵର ସହ ନେବା ସହ ଓ୍ଵାଇ ପ୍ଲସ ସୁରକ୍ଷା ଦେବା ଲାଗି ନିର୍ଦେଶ ଦେଇଛନ୍ତି। ଏହି ସୁରକ୍ଷା ପାଇଁ ଶାହାରୁଖ ଖାନଙ୍କୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ।

ଶାହାରୁଖଙ୍କୁ ସୁରକ୍ଷା ଦେବା ଲାଗି ରହିବେ ୬ ଜଣ ପୋଲିସର କମାଣ୍ଡୋ। ଶାହରୁଖ ଦେଶ ଭିତରେ ଯେଉଁ ସବୁ ସ୍ଥାନକୁ ଗସ୍ତ କରିବେ ସେଠାରେ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯିବ। ତାଙ୍କ ଘର ଆଗରେ ମଧ୍ୟ ପୋଲିସ ମୁତୟନ ରହିବେ।

LEAVE A REPLY

Please enter your comment!
Please enter your name here