ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସମାନଙ୍କ ସହ ଯୋଡ଼ି ହୋଇ ଅଛନ୍ତି। ଲକଡାଉନର ଭଳି ଏକ କଷ୍ଟଦାୟକ ସମୟରେ ସେ ବିଭିନ୍ନ ପ୍ରେରଣାଦାୟକ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଉତ୍ସାହିତ କରୁଛନ୍ତି।

ଏହି ସମୟରେ, ସାରା ତାଙ୍କର ଗୋଟିଏ ଓ୍ୱାର୍କ ଆଉଟ ଭିଡିଓ ସେୟାର କରିଛନ୍ତି।  ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ସାରା ନିଜରଏହି ଭିଡିଓ ସେୟାର କରି ଲେଖିଛନ୍ତି, ”ହାଲ୍‌କା ଭାର ପାଇଁ ପ୍ରାର୍ଥନା କରନ୍ତୁ ନାହିଁ , ପଛ ମାଂସପେଶୀ ପାଇଁ କାମ କରନ୍ତୁ, ନୂଆ ଆଶା ସହିତ ସକାଳୁ ଉଠନ୍ତୁ ଏବଂ ରାତିରେ ଶାନ୍ତିରେ ଶୋଇ ପଡ଼ନ୍ତୁ, ନିଜକୁ ହାରିବାକୁ ଦିଅନ୍ତୁ ନାହିଁ,  ଯଦି ତଳେ ପଡ଼, ପୁଣି ଉଠ ଏବଂ ଚାଲ।” ଇନଷ୍ଟାରେ ଦୁଇ କୋଟିରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି।

Comment