ଓଡ଼ିଶାଲାଇଭ ବ୍ୟୁରୋ

ପ୍ରତି ବର୍ଷ ମେ’୧୨କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ନର୍ସ ଦିବସ ବା ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଏ।  

ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କର ବଡ଼ ଯୋଗଦାନ ରହିଥାଏ। ତାଙ୍କର ଏହି ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୁଏ।  ଏଥିସହିତ ଏହି ଦିନ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମଦିନ। ଚଳିତ ବର୍ଷ ଏହି ଦିବସର ଥିମ ରହିଛି  ‘ନର୍ସିଙ୍ଗ ଦ ଓ୍ୱାର୍ଲ୍ଡ ଟୁ ହେଲ୍‌ଥ’।

ନର୍ସିଂ ଦିବସର ଇତିହାସ

୧୮୨୦ ମେ’ ୧୨ତାରିଖରେ ଜନ୍ମ ହୋଇଥିଲେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ । କ୍ରିମ୍ରିଆ ଯୁଦ୍ଧ ବେଳେ ସେ କିଛି ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାର୍ଯ୍ୟ ଯୋଗାଇଥିଲେ। ସେଥିପାଇଁ ତାଙ୍କୁ ନର୍ସିର ପ୍ରତିଷ୍ଠାତା କୁହାଯାଏ। ସମାଜକୁ ନର୍ସମାନଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇବା ପାଇଁ ଏହି ଦିନର ଆୟୋଜନ କରାଯାଇଥିଲା।

ଏହାପରେ ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥୀ ସଟରଲ୍ୟାଣ୍ଡ ପ୍ରଥମେ ୧୯୫୩ ରେ ନର୍ସ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ଡିଭିଟ୍‌ ଡି ଆଇଜନହାଓ୍ୱର ଏହି ଦିବସର ଘୋଷଣା କରିଥିଲେ।  ପ୍ରଥମ ଥର ପାଇଁ ଏହି ୧୯୬୫ରେ ଏହି ଦିବସ ପାଳିତ ହେଲା। ସେବେଠାରୁ ପ୍ରତିବର୍ଷ ମେ’ ୧୨କୁ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଛି।

ପ୍ରତି ବର୍ଷ ମେ‘ ୧୨ରେ ରାଷ୍ଟ୍ରୀୟ ଫ୍ଲୋରାନ୍ସ ନାଇଟିଙ୍ଗଲ ପୁରସ୍କାର ଦିଆଯାଏ। ୧୯୭୩ରେ ଭାରତ ସରକାରଙ୍କ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏହାର ଆରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫୦ନର୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିବର୍ଷ ଦେଶର ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରନ୍ତି।

LEAVE A REPLY

Please enter your comment!
Please enter your name here