ଓଡ଼ିଶାଲାଇଭ୍ ବ୍ୟୁରୋ

ministry of coal

କୋଇଲା ମନ୍ତ୍ରାଳୟ (ମିନିଷ୍ଟ୍ରି ଅଫ୍ କୋଲ୍) ଅଧୀନରେ ଡିରେକ୍ଟର (ଟେକ୍ନିକାଲ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଇ ମେଲ୍ କିମ୍ବା ସ୍ପିଡ୍ ପୋଷ୍ଟ ଜରିଆରେ ଆବେଦନ କରିପାରିବେ।

ଯୋଗ୍ୟତା– ଇଞ୍ଜିନିୟରିଂ ବା ଟେକ୍ନୋଲୋଜୀ (ମାଇନିଂ) ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ। ସରକାରୀ କ୍ଷେତ୍ରରେ କୋଲ୍ ଇଣ୍ଡଷ୍ଟ୍ରୀରେ ଅତିକମରେ ୧୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ପ୍ୟାରେଣ୍ଟ କ୍ୟାଡରରେ ଏକ ଉତ୍ତମ ପଦବୀରେ କାର୍ଯ୍ୟ କରିଥିବେ।

ଦରମା- ୧୨୩୧୦୦ରୁ ୨୧୫୯୦୦ ଟଙ୍କା

ministry of coal

ଆବେଦନ ପ୍ରକ୍ରିୟା– ଏହି ବିଜ୍ଞପ୍ତି ଏପ୍ରିଲ୍ ୨୯ରେ ଓ୍ୱେବାସାଇଟରେ ପ୍ରକାଶ ପାଇଥିଲା। ଏହାର ୪୫ ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଯୋଗ୍ୟ ବ୍ୟକ୍ତିବିଶେଷ ଇମେଲ୍ ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ। ଏହି ପଦବୀ ପାଇଁ ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବନି।

ଠିକଣା- ମିନିଷ୍ଟ୍ରି ଅଫ୍ କୋଲ୍, ରୁମ୍ ନଂ.୧୦୪-C, ଶାସ୍ତ୍ରୀ ଭବନ, ନିୟୁ ଦିଲ୍ଲୀ

ଅଧିକ ସୂଚନା ପାଇଁ coal.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

LEAVE A REPLY

Please enter your comment!
Please enter your name here