ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ଜେନେରାଲ୍ ମ୍ୟାନେଜର (କଣ୍ଟେଣ୍ଟ ଆଣ୍ଡ ଅପରେସନ୍ସ) ପଦବୀ ଲାଗି ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ସଂସ୍ଥା ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଛି।

ବିଭିନ୍ନ ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ ମିଡିଆ, କମ୍ୟୁନିକେସନ ଏଜେନ୍ସି, ପ୍ରଡକ୍ସନ ତଥା ସୋସିଆଲ ମିଡିଆ କ୍ଷେତ୍ରରେ କାମ କରୁଥିବା ଦକ୍ଷ ଏବଂ ଅଭିଜ୍ଞ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ଗ୍ରହଣର ଶେଷ ତାରିଖ ଅଗଷ୍ଟ ୩୧।

ପଦବୀ

  • ଜେନେରାଲ୍ ମ୍ୟାନେଜର (କଣ୍ଟେଣ୍ଟ ଆଣ୍ଡ ଅପରେସନ୍ସ)

ଯୋଗ୍ୟତା

  • ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ୩୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ
  • କୌଣସି ମିଡିଆ ସଂସ୍ଥାରେ ଅତିକମରେ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ପାଖରେ ଉତ୍ତମ ଯୋଗାଯୋଗ ଦକ୍ଷତା ସହ କଣ୍ଟେଣ୍ଟ ଓ ଟେକ୍ନୋଲୋଜି ଉପରେ ବିଶେଷ ଧାରଣା ରହିଥିବା ଆବଶ୍ୟକ

ଯୋଗ୍ୟ ପ୍ରାର୍ଥୀଙ୍କୁ ଆକର୍ଷଣୀୟ ଦରମା ସହିତ ଇନସେଣ୍ଟିଭ୍ ଆଦି ପ୍ରଦାନ କରାଯିବ। ପ୍ରାର୍ଥୀମାନେ ଓଡ଼ିଶାଲାଇଭ୍‌ର ଭୁବନେଶ୍ୱରଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ।

ଆବେଦନ କରିବା ପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ନିଜର ସିଭିକୁ ceo@odisha.live ଇମେଲକୁ ପଠାଇ ପାରିବେ। ଆବେଦନଗୁଡ଼ିକୁ କେବଳ ଇମେଲ୍ ମାଧ୍ୟମରେ ଗ୍ରହଣ କରାଯିବ।

ଓଡ଼ିଶାଲାଇଭ୍ ସମ୍ପର୍କରେ

ଓଡ଼ିଶାଲାଇଭ୍ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ପରିଚିତ। ୨୦୧୨ ମସିହାରେ ପ୍ରତିଷ୍ଠିତ ‘ଏକାଡେମି ଫର୍ ମିଡିଆ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍’ ଅଧୀନରେ ଏହା ପରିଚାଳିତ ହେଉଛି।

ଓଡ଼ିଶାଲାଇଭ୍ ନ୍ୟୁଜ୍ ପୋର୍ଟାଲ୍ www.odisha.live ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସ୍ଵୀକୃତିପ୍ରାପ୍ତ। ଏହା ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍ ଆଦି ପ୍ଲାଟଫର୍ମରେ ଉପଲବ୍ଧ ହେଉଛି।

ଏହାସହ ଫେସବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି। ନିକଟରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନେଲ ୧୦ ଲକ୍ଷ ସବସ୍କ୍ରାଇବର ସହ ନୂଆ ମାଇଲଷ୍ଟୋନ ହାସଲ କରିଛି।

ସେହିପରି ଓଡ଼ିଶାଲାଇଭ୍ ଏକ ଆଗଧାଡ଼ିର ମିଡିଆ ଏଜେନ୍ସି ବିଭିନ୍ନ ସରକାରୀ ବିଭାଗ, କର୍ପୋରେଟ ସେକ୍ଟର ସହ ଜାତିସଂଘ ଭଳି ଅନ୍ତର୍ଜାତୀୟ ସଂସ୍ଥା ସହ ଅନୁବନ୍ଧିତ ରହିଛି।

Tags: #Careers #OdishaLIVE #GeneralManager #MediaServices #Bhubaneswar #Odisha

Comment