ଓଡ଼ିଶାଲାଇଭ୍ ବ୍ୟୁରୋ

ଭିକି କୌଶଲ ହେଉଛନ୍ତି ବଲିଉଡ୍ର ସେହି ଷ୍ଟାର ଯିଏକି ଖୁବ କମ୍ ସମୟରେ ସଫଳତା ପାଇଛନ୍ତି। ଭିକି ୧୬ ମେ’ ୧୯୮୮ ମସିହାରେ ମୁମ୍ଵାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କୁ ୩୨ ବର୍ଷ ହୋଇଛି। ତାଙ୍କ ବାପା ବଲିଉଡ୍ରେ ଆକ୍ସନ ଡିରେକ୍ଟର ଥିଲେ ମଧ୍ୟ ସେ କେବେ ଫାଇଦା ଉଠାଇ ବଲିଉଡ୍ରେ ପ୍ରବେଶ କରିବାକୁ ଚେଷ୍ଟା କରିନାହାନ୍ତି।
ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ଅଭିନିତ ଉରି-ଦ ସର୍ଜିକାଲ ଷ୍ଟ୍ରାଇକ ଚଳଚ୍ଚିତ୍ର ବେଶ ସଫଳତା ହାସଲ କରିଥିଲା। ଏହି ସଫଳତା ପରେ ସେ ବଲିଉଡ୍ର ଆଗଧାଡ଼ିର ନାୟକ ହୋଇପାରିଛନ୍ତି। ତାଙ୍କ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଏହି ସ୍ଥାନକୁ ଆସି ପାରିଛନ୍ତି। ବଲିଉଡ୍କୁ ଆସିବା ପୂର୍ବରୁ ଭିକି ଅନେକ ଜାଗାରେ ଅଡିସନ୍ ଦେଇଛନ୍ତି ଆଉ ରିଜେକ୍ଟ ବି ହୋଇଛନ୍ତି।
୨୦୧୫ରେ ଭିକି ମସାନ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମଧ୍ୟ ପାଇଛି। ଏହାପରେ ‘ରାଜି’, ‘ସଞ୍ଚୁ’, ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଥିଲା। ଉରି ତାଙ୍କୁ ବଲିଉଡ୍ରେ ଏକ ନୂଆ ପରିଚୟ ଦେଇଥିଲା।
















