ଓଡ଼ିଶାଲାଇଭ ବ୍ୟୁରୋ

ଲକଡାଉନରୁ ବହୁତ କିଛି ଶିଖିଲେ କିଙ୍ଗ୍‌ ଖାନ ଶାହରୁଖ। ଇନଷ୍ଟାରେ ପ୍ରଂଶସକଙ୍କ ସହ କଲେ ସେୟାର।

ଶାହରୁଖ ଖାନ ଯେ କେବଳ ଜଣେ ଭଲ ଅଭିନେତା ତାହା ନୁହେଁ ତାଙ୍କର ଅନେକ ଲୋକଙ୍କୁ ଉତ୍ସାହିତ କରିବାର କ୍ଷମତା ମଧ୍ୟ ଅଛି।  ଏହି ଅଭିନେତା ନିଜ କଥାରେ ଅନେକଙ୍କୁ ପ୍ରେରଣା ଯୋଗାଇଥାନ୍ତି। ବର୍ତ୍ତମାନ ଏହି ଲକଡାଉନରେ ଦେଶର ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଶାହରୁଖ ଖାନ ଏଭଳି ସମୟରେ ଲକ୍‌ଡାଉନରୁ କ’ଣି ଶଖିଲେ ସେ କଥା ସେୟାର କରିଛନ୍ତି।

ଶାହରୁଖଙ୍କ କହିବା ଅନୁଯାୟୀ, ଏହି ଲକଡାଉନ୍ ହେତୁ ଆମେ ସେହି ଜିନିଷଗୁଡ଼ିକୁ ହୃଦୟଙ୍ଗମ କରିଛୁ ଯାହା ପୂର୍ବରୁ ହୋଇ ନଥିଲା। ଦ୍ୱିତୀୟ କଥା ଆମେ ନିଜର କିଛିଟା ଇଚ୍ଛା ପୂରଣ ନକରି ବଞ୍ଚିଛୁ, କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ତାହା ଏତେ ଜରୁରୀ ନଥିଲା।

ତୃତୟ କଥା ବଞ୍ଚିବା ପାଇଁ ଆମକୁ ଅଧିକ ଲୋକଙ୍କର ଆବଶ୍ୟକତା ନାହିଁ, କିନ୍ତୁ ଏପରି ଲୋକ ଆବଶ୍ୟକ ଯେଉଁମାନଙ୍କ ସହିତ ଆପଣ ଏହି ଲକଡାଉନରେ କଥା ହୋଇପାରିବେ। ଚତୁର୍ଥ କଥା ଯଦି ସମୟ ଅଟକି ଯାଏ ତେବେ ସେହି ସମସ୍ତ ଭୁଲକୁ ଭୁଲି, ଦୁଃଖକୁ ଭୁଲି ଆଉ ଥରେ ନୂଆ ଜୀବନ ଆରମ୍ଭ କର।

ପଞ୍ଚମ କଥା ଯଦି  ଯେଉଁମାନଙ୍କ ସହ କେବେ ଝଗଡ଼ା ହୋଇଥିଲା ସେମାନଙ୍କ ସହ ମିଶନ୍ତୁ ସାଙ୍ଗ ହୁଅନ୍ତୁ। କାରଣ ସବୁ ପରେ  ଭଲ ପାଇବା ହିଁ ଅମର ରହିବ। ବର୍ତ୍ତମାନ ଶାହରୁଖ ଖାନଙ୍କ ଏହି ଶିକ୍ଷା ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି।

LEAVE A REPLY

Please enter your comment!
Please enter your name here