ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ କରିବେ ଓ କିପରି ନିଜକୁ ସୁରକ୍ଷିତ ରଖିବେ।
ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇ ଯାଆନ୍ତି। ଆତଙ୍କିତ, ଅଧୈର୍ଯ୍ୟ ହୋଇପଡ଼ନ୍ତି। ଏମିତି ହେବା ଦ୍ୱାରା ଆପଣ ଅଧିକ କ୍ଷତି ସହିପାରନ୍ତି। ତେବେ ବାତ୍ୟା ସମୟରେ କେମିତି ଆପଣ କ’ଣ କରିବେ ଓ କେଉଁ ଦିଗ ପ୍ରତି ସତର୍କ ରହିବେ ତାହା ଜାଣିବା ଜରୁରୀ।
![]()
ବାତ୍ୟା ପୂର୍ବରୁ….
- ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।
- ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ। ଯଦି ଗୃହ ପାଳିତ ପଶୁ ଅଛନ୍ତି ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ।
- ଆବଶ୍ୟକ ଅନୁସାରେ ଅର୍ଥାତ ୨ ବା ୩ ଦିନ ପାଇଁ ଆପଣ ଖାଦ୍ୟ ସାମଗ୍ରୀ କିଣି ରଖିପାରିବେ।
- ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ରଖନ୍ତୁ। ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ।
ବାତ୍ୟା ସମୟରେ….
ବାତ୍ୟା ବା ଭାରି ବର୍ଷା ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ। ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। ଯଦି କୁଆଡ଼େ ବାହାରକୁ ଯାଇଛନ୍ତି ତେବେ ଛୋଟ ଛୋଟ ଗଳିକନ୍ଦି ରାସ୍ତାରେ ପଶନ୍ତୁ ନାହିଁ। ଏହି ସମୟରେ ମୋବାଇଲରେ ଚାର୍ଜ ରଖନ୍ତୁ। କାରଣ ଦୂରରେ ରହୁଥିବା ଆପଣଙ୍କ ପ୍ରିୟଜନ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ। ତେଣୁ ନିଜ ଫୋନରେ ଚାର୍ଜ ରଖନ୍ତୁ।
ବାତ୍ୟା ପରେ….
ବାତ୍ୟା ପରେ ସଙ୍ଗେ ସଙ୍ଗେ ଘରକୁ ଯାଆନ୍ତୁ ନାହିଁ। ଭଙ୍ଗା ବିଦ୍ୟୁତ ଖୁଣ୍ଟ ଓ ତାରଠାରୁ ଦୂରେଇ ରହନ୍ତୁ। ଆଶ୍ରୟ ପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ।

















