ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭, ମେ’ ୧୮ରେ ଦୁନିଆକୁ ଅଲବିଦା କହିଥିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରିମା ଲାଗୁ। 

ବଲିଉଡରେ ମା’ର ଚରିତ୍ର ସବୁବେଳେ ଲୋକଙ୍କୁ ପସନ୍ଦ ଆସିଛି। ଏହି ଚରିତ୍ରରେ ଯେଉଁ ଅଭିନେତ୍ରୀ ଅଭିନୟ କରିଛନ୍ତି ସମସ୍ତେ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛନ୍ତି। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିମା ଲାଗୁ ମଧ୍ୟ ଅନେକ ଫିଲ୍ମରେ ମା’ ଭୂମିକାରେ ଅଭିନୟ କରିଥିଲେ।

ରିମା ଲାଗୁ ମରାଠୀ ସିନେମାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ବହୁ ବର୍ଷ ଧରି ମରାଠୀ ଥିଏଟରରେ କାମ କରିଥିଲେ ଯାହା ପରେ ତାଙ୍କର ଏଣ୍ଟ୍ରି ବଲିଉଡ ଏବଂ ମରାଠୀ ଫିଲ୍ମରେ ହୋଇଥିଲା। ରିମା ‘ହମ୍ ସାଥ୍ ସାଥ୍ ହୈ’, ‘କୁଛ କୁଛ୍‌ ହୋତା ହୈ,  ‘ମେନ୍ ପ୍ୟାର୍ କିୟା’, ‘କଲ୍ ହୋ ନା ହୋ’ ଭଳି ବ୍ଲକବଷ୍ଟର  ଫିଲ୍ମରେ ଅଭିନୟ କରିଥିଲେ।

ବାସ୍ତବ ଜୀବନରେ ରିମା କିନ୍ତୁ ସିଙ୍ଗଲ ମଦର ଥିଲେ। ସେ ଏକାକୀ ତାଙ୍କ ଝିଅର ଲାଳନପାଳନ କରିଥିଲେ। ମରାଠୀ ଫିଲ୍ମରେ କାମ କରିବାବେଳେ ସେ ଲୋକପ୍ରିୟ ମରାଠୀ ଅଭିନେତା ବିବେକ ଲାଗୁଙ୍କୁ ଭେଟିଥିଲେ। କିଛି ବର୍ଷ ପରେ, ରିମା ଲାଗୁ ଏବଂ ବିବେକ ଲାଗୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା। ବିବାହର କିଛି ବର୍ଷ ପରେ ରିମା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ। ସେ ସିଙ୍ଗଲ ମଦର ଭାବେ ଝିଅର ଦାୟିତ୍ୱ ନେଇଥିଲେ।

ବଲିଉଡରେ ରିମାଙ୍କ ଭାବମୂର୍ତ୍ତି ପୂରା ସ୍ପଷ୍ଟ ଥିଲା। ତାଙ୍କର ଚାରି ଦଶନ୍ଧି କ୍ୟାରିୟରରେ କେବେ କୌଣସି କଳାକାରଙ୍କ ସହ ତାଙ୍କ ନାଁ ଯୋଡ଼ି ହୋଇନଥିଲା।

LEAVE A REPLY

Please enter your comment!
Please enter your name here