ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧୮ ଅର୍ଥାତ୍ ଆଜି ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସ। ତେବେ ଆପଣ ଜାଣନ୍ତି କି କେବେଠୁ ଓ କାହିଁକି ପାଳିତ ହେଉଛି ଏହି ଦିବସ?

ପ୍ରତି ବର୍ଷ ମେ’ ୧୮ ତାରିଖକୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ବିଶେଷ ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସଂଗ୍ରହାଳୟର ମହତ୍ତ୍ୱ ବିଷୟରେ ସମାଜକୁ ଅବଗତ କରାଇବା।

ଇଣ୍ଟରନାସନାଲ କାଉନସିଲ ଅଫ ମ୍ୟୁଜିୟମ ୧୯୭୭ ମସିହାରେ ଏହି ଦିବସ ର ଆରମ୍ଭ କରିଥିଲା। ସେହି ବର୍ଷଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି। ସଂଗ୍ରହାଳୟ ଅତୀର ସ୍ମୃତି ସବୁକୁ ସଂରକ୍ଷିତ କରି ରଖିଥାଏ। ପ୍ରତିବର୍ଷ ଏହି ଦିବସ ପାଇଁ ନୂଆ ନୂଆ ଥିମ୍‌ ରଖଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି  ବିବିଧତା, ସମାନତା ଓ ସମାବେଶ।

ସଂଗ୍ରହାଳୟ ଇତିହାସକୁ ସାଉଁଟି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ପୂର୍ବପୁରୁଷଙ୍କ ଅନେକ ସ୍ମୃତି ସଜାଇ ରଖିଥାଏ। ଯାହା ଆଗାମୀ ପିଢି ପାଇଁ ଅନେକାଂଶରେ ସହଯୋଗ କରିଥାଏ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅତୀତର କିଛି ସ୍ମୃତି ଏବେବି କେତେକ ସ୍ଥାନରେ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା  ଲାଗି ଆଗେଇ ଆସିବାକୁ ଏହି ଦିବସ ବାର୍ତ୍ତା ଦେଇଥାଏ।

LEAVE A REPLY

Please enter your comment!
Please enter your name here