ଓଡ଼ିଶାଲାଇଭ୍ ବ୍ୟୁରୋ

Amphan

ତୀବ୍ରରୁ ଅତିତୀବ୍ର ରୂପ ନେବାରେ ଲାଗିଛି ସାମୁଦ୍ରିକ ମହାବାତ୍ୟା ଅମ୍ପନ। ତେବେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ ହେବାର ସୂଚନା ଥିଲେ ମଧ୍ୟ ଓଡ଼ିଶାର ଉପକୂଳ ଅଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ଅଣ୍ଟା ଭିଡ଼ୁଛନ୍ତି ଜିଲ୍ଲା ପ୍ରଶାସନ। ଆସନ୍ତୁ ଜାଣିବା ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅମ୍ପନର ମୁକାବିଲା ପାଇଁ କେଉଁ ସବୁ ପଦକ୍ଷେପ ନିଆଗଲାଣି।

ଜିଲ୍ଲା ପ୍ରଶାସନଙ୍କ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନଗୁଡ଼ିକରେ ରାସ୍ତାକଡ଼ରୁ ହୋଡ଼ିଂ ତଥା ପୋଷ୍ଟର ବାହାର କରାଯାଇଛି। ବାତ୍ୟାକାଳୀନ ପରିସ୍ଥିତିରେ ସୁରକ୍ଷା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏହା ସହ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ହେଲ୍ଥ୍ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ବାରମ୍ବାର ସଚେତନ କରାଯାଉଛି।

Amphan

ବାତ୍ୟା ପ୍ରଭାବଶାଳୀ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ଧାମରାରେ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ ଘଣ୍ଟାକୁ ୧୪ କିମି ବେଗରେ ମାଡ଼ିଆସୁଛି ମହାବାତ୍ୟା ଅମ୍ପନ। ବର୍ତ୍ତମାନ ଏହା ପାରାଦୀପ ଠାରୁ ୫୨୦ କିମି ଦୂରରେ ଏବଂ ଦୀଘା ଠାରୁ ୬୭୦ କିମି ଦୂରରେ ରହିଛି।

LEAVE A REPLY

Please enter your comment!
Please enter your name here