ଓଡ଼ିଶାଲାଇଭ୍ ବ୍ୟୁରୋ

IISER Berhampur

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ, ବ୍ରହ୍ମପୁର (IISER, ବ୍ରହ୍ମପୁର) ଅଧୀନରେ ସୁପେରିନଟେଣ୍ଡେଣ୍ଟ୍ ଇଞ୍ଜିନିୟର, ଜୁନିୟର ଟ୍ରାନ୍ସଲେଟର୍ ଏବଂ ଅଫିସ୍ ଆସିଷ୍ଟାଣ୍ଟ୍ ପଦବୀରେ ସମୁଦାୟ ୨୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ ୨୨ରୁ ଜୁନ୍ ୧୧ଯାଏଁ ଚାଲୁ ରହିବ।

ପଦବୀ:

ସୁପେରିନଟେଣ୍ଡେଣ୍ଟ୍ ଇଞ୍ଜିନିୟର

  • ପଦବୀ ସଂଖ୍ୟା- ୧୩
  • ବୟସ ସୀମା- ୫୭ ବର୍ଷ

ଜୁନିୟର ଟ୍ରାନ୍ସଲେଟର୍

  • ପଦବୀ ସଂଖ୍ୟା- ୬
  • ବୟସ ସୀମା- ୩୫ ବର୍ଷ

IISER Berhampur logo

ଅଫିସ୍ ଆସିଷ୍ଟାଣ୍ଟ

  • ପଦବୀ ସଂଖ୍ୟା-୫
  • ବୟସ ସୀମା-୩୦ ବର୍ଷ

ଆବେଦନ ପ୍ରକ୍ରିୟା

ପ୍ରାର୍ଥୀମାନେ ଜୁନ୍ ୧୧ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ। ଏହାପରେ ଅନଲାଇନ ଆବେଦନପତ୍ରର ପ୍ରିଣ୍ଟ୍ ଆଉଟ୍ ଏବଂ ସମସ୍ତ ଶିକ୍ଷାଗତ ଏବଂ ଅଭିଜ୍ଞତା ସାର୍ଟିଫିକେଟର କପିକୁ ଜୁନ୍ ୨୨ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଠିକଣା– ରିକ୍ରୁଟମେଣ୍ଟ ସେଲ୍, ରୁମ୍ ୱଂ-205, ସେକେଣ୍ଡ ଫ୍ଲୋର୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ବ୍ରହ୍ମପୁର, ଟ୍ରାନ୍ସିଟ୍ କ୍ୟାମ୍ପସ୍ ( ଗଭର୍ଣ୍ଣମେଣ୍ଟ ITI ବିଲ୍ଡିଂ), ଇଞ୍ଜିନିୟର ସ୍କୁଲ୍ ରୋଡ୍, ବ୍ରହ୍ମପୁର,ଜିଲ୍ଲା- ଗଞ୍ଜାମ, ଓଡ଼ିଶା, ପିନ୍-760010, ଫୋନ୍ ନମ୍ବର- +91 6802227710

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ iiserbpr.ac.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment