ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ଇଦ୍‌ରେ ନିରାଶ ହେଲେ ବଲିଉଡ୍‌ ଭାଇଜାନ ସଲମାନଙ୍କ ଫ୍ୟାନ। ଏଥର କରୋନା ଲକ୍‌ଡାଉନ୍‌ ଯୋଗୁଁ ରିଲିଜ ହୋଇପାରିଲାନି ସଲମାନ ଖାନ୍‌ଙ୍କ ଫିଲ୍ମ। ତେବେ ପୂର୍ବରୁ ୨୦୧୩ରେ ମଧ୍ୟ ପ୍ରଥମଥର ପାଇଁ ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ ହୋଇନଥିଲା। ଏଥର ଦ୍ଵିତୀୟଥର ପାଇଁ ରିଲିଜ ହୋଇପାରିନାହିଁ। ଯେଉଁଥିପାଇଁ ଫ୍ୟାନମାନଙ୍କୁ ନିରାଶ ହେବାକୁ ପଡ଼ିଛି।

୨୦୦୯ ମସିହାରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଯାହା ପରେ ଏକ ପରମ୍ପରା ହୋଇଯାଇଥିଲା। ୨୦୦୯ ଇଦ୍‌ରେ ସଲମାନଙ୍କ ଓ୍ଵାଣ୍ଟେଡ୍‌ ଫିଲ୍ମ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସ୍‌ରେ ଧମାଲ କରିଥିଲା। ଏହାପରେ ପ୍ରତିବର୍ଷ ଇଦ୍‌ ତାଙ୍କ ଫିଲ୍ମ ରିଲିଜ ହୋଇଥିଲା।

ପରେ ୨୦୧୦ରେ ଦବଙ୍ଗ, ୨୦୧୧ରେ ବଡିଗାର୍ଡ, ୨୦୧୨ରେ ଏକ ଥା ଟାଇଗର, ୨୦୧୪ରେ କିକ୍‌, ୨୦୧୫ରେ ବଜରଙ୍ଗୀ ଭାଇଜାନ, ୨୦୧୬ରେ ସୁଲତାନ, ୨୦୧୭ରେ ଟ୍ୟୁଲାଇଟ, ୨୦୧୮ରେ ରେସ୍‌, ୨୦୧୯ରେ ଭାରତ ରିଲିଜ ହୋଇଥିଲା। ଏହି ଫିଲ୍ମ ମଧ୍ୟରୁ କିଛି ହିଟ୍‌ ହୋଇଥିଲା ବେଳେ ଅନ୍ୟ କିଛି ଦର୍ଶକଙ୍କୁ ଆକର୍ଷିତ କରିପାରିନଥିଲା।

ସେହିପରି ଏଥର ଇଦ୍‌ରେ ସଲମାନଙ୍କ ରାଧେ ଫିଲ୍ମ ରିଲିଜ ହୋଇଥାନ୍ତା। ହେଲେ କରୋନା ଲକ୍‌ଡାଉନ୍‌ ଯୋଗୁଁ ଏହା ହୋଇପାରିଲା ନାହିଁ। ତେବେ ଲକ୍‌ଡାଉନ୍‌ ଉଠିଲା ପରେ ଯାଇ ଫ୍ୟାନମାନେ ଭାଇଜାନଙ୍କ ଏହି ଆକ୍ସନ ମୁଭି ଦେଖିପାରିବେ।

ସେହିପରି ପୂର୍ବରୁ ୨୦୧୩ ମସିହାରେ ମଧ୍ୟ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇ ନଥିଲା। ସେ ସମୟରେ ତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଓ କୋର୍ଟ ସମସ୍ୟା ଯୋଗୁଁ ସେ ଫିଲ୍ମ କରିପାରିନଥିଲେ।

Comment