ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତା ତୁଷାର କପୁର ହେଉଛନ୍ତି ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କର ପ୍ରଥମ ଫିଲ୍ମରୁ ହିଟ୍ ହୋଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ମୁଝେ କୁଛ୍ କେହେନା ହୈ’। ଏହି ଫିଲ୍ମରେ ତୁଷାର କପୁରଙ୍କ ନାୟିକା ଥିଲେ କରୀନା କପୁର। ଆଜି ଏହି ସୁପରହିଟ ରୋମଣ୍ଟିକ ଡ୍ରାମା ଫିଲ୍ମକୁ ୧୯ ବର୍ଷ ପୂରା ହୋଇଛି।
ଏହି ଅବସରରେ ପୁରୁଣା ଦିନକୁ ମନେ ପକାଇଛନ୍ତି ଫିଲ୍ମର ନାୟକ ତୁଷାର କପୁର। ପୁରୁଣା ଦିନର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ସମସ୍ତଙ୍କ ଧନ୍ୟବାଦ ଦେଇଛନ୍ତି ସେ।
ଏହି ଫିଲ୍ମ ତୁଷାରଙ୍କ ଡେବ୍ୟୁ ଫିଲ୍ମ ଥିଲା ବେଳେ କରୀନାଙ୍କର ଏହା ଦ୍ୱିତୀୟ ଫିଲ୍ମ ଥିଲା। ଏଥିରେ ଅଭିନେତା ଅମରୀଶ ପୁରୀ, ଦିଲ୍ଲୀପ ତାହିଲ, ରିଙ୍କି ଖାନ୍ନା,ଆଲୋକ ନାଥଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିଥିଲା।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସତୀଶ କୌଶିକ। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ବେଶ୍ ହିଟ୍ ହୋଇଥିଲା।
















