ଓଡ଼ିଶାଲାଇଭ୍ ବ୍ୟୁରୋ
ଅମ୍ପନ ପରେ ଏବେ ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହି ଲଘୁଚାପ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ଵୀପ ମଝିରେ ସୃଷ୍ଟି ହୋଇଛି। ଆସନ୍ତାକାଲି ଏହି ଲଘୁଚାପ ଅବପାତରେ ପରିଣତ ହେବ। ପରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇ ଗୁଜୁରାଟ ଓ ଉତ୍ତର ମହାରାଷ୍ଟ୍ର ଆଡ଼କୁ ମୁହାଁଇବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।
ଅବପାତର ରୂପ ନେବା ପରେ ଏହା ମଙ୍ଗଳବାର ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରେ ଏହା ଆସନ୍ତା ଜୁନ୍ ୩ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅମ୍ପନର ତାଣ୍ଡବ ପରେ ଏବେ ଆରବ ସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। କରୋନା ଲକ୍ଡାଉନ୍ ମଧ୍ୟରେ ବାତ୍ୟା ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଶରେ ଜାରି ରହିଛି।