ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ବଲିଉଡକୁ ଆଉ ଏକ ବଡ଼ ଝଟକା ଲାଗିଛି। ଅଭିନେତା ୠଷି କପୁର, ଇରଫାନ ଖାନଙ୍କ ପରେ ବଲିଉଡ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କୁ ହରାଇଛି। ୪୨ ବର୍ଷ ବୟସରେ ରବିବାର ରାତିରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

କିଡନୀ ଏବଂ ଗଳା ସଂକ୍ରମଣ ହେତୁ ତାଙ୍କୁ ଗତ ଦୁଇ ତିନି ମାସ ହେଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ବି ସଂକ୍ରମିତ ହୋଇଥିଲେ । ୱାଜିଦ୍ ଗତ ତିନି ଦିନ ଧରି ଭେଣ୍ଟିଲେଟରରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା।

ଓ୍ୱାଜିଦଙ୍କ ବିୟୋଗରେ ବଲିଉଡର ବହୁ କଳାକାର  ଶୋକ ପ୍ରକାଶ କରିଛନ୍ତି। ୧୯୯୮ ରେ ରିଲିଜ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର୍‌ କିଆ ତୋ ଡରନା କ୍ୟା’ ଜରିଆରେ ଓ୍ୱାଜିଦ ବଲିଉଡରେ ପ୍ରବେଶ କରିଥିଲେ । ଦୁଇ ଭାଇ ସାଜିଦ-ଓ୍ୱାଜିଦ୍‌ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲା। ବଲିଉଡରେ ସାଜିଦ ଓ୍ୱାଜିଦ ଯୋଡ଼ି ଭାବେ ସେ ପ୍ରସିଦ୍ଧ ଥିଲେ।

ବହୁ ହିଟ୍‌ ଗୀତରେ ଏହି ଯୋଡ଼ି ସେ ନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ସାଜିଦ ଏବଂ ୱାଜିଦ ଏକାଠି ସଲମାନ ଖାନଙ୍କ ପ୍ରାୟ ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। । ଏଥିରେ ହେଲୋ ବ୍ରଦର, ଚୋରୀ ଚୋରୀ, ମୁଝସେ ଶାଦୀ କରୋଗି, ପାର୍ଟନର, ୱାଣ୍ଟେଡ୍, ଦବଙ୍ଗ ୧,୨ ଏବଂ୩,  ଏକ ଥା ଟାଇଗର ଭଳି ଫିଲ୍ମ ରହିଛି।  ଜଣେ ଗାୟକ ଭାବରେ ୱାଜିଦ୍ ଖାନ୍ ୨୦୦୮ରେ ଫିଲ୍ମ ‘ପାର୍ଟନର’ ଏବଂ ‘ଏକ ଥା ଟାଇଗର’ ପାଇଁ ମଧ୍ୟ ଗୀତ ଗାଇଥିଲେ।

ସଙ୍ଗୀତ ନିର୍ଦ୍ଦେଶନା ଦେବା  ସହିତ ୱାଜିଦ୍ ଏବଂ ସାଜିଦ୍ ମଧ୍ୟ ଟିଭିର ଗୀତ ରିଆଲିଟି ସୋ’ରେ ଜଜ୍‌ ଭାବେ ନଜର ଆସିଛନ୍ତି। ସେ ସା ରେ ଗା ମା ପା ସୁପରଷ୍ଟାର ଏବଂ ସା ରେ ଗା ମା ପା ୨୦୧୨ରେ ମେଣ୍ଟର ଏବଂ ଜଜ୍‌ ଭାବରେ କାର୍ଯ୍ୟ କରିଥିଲେ |

ସାଜିଦ୍-ୱାଜିଦ୍ ବିଗ୍ ବସ୍ ୪ ଏବଂ ବିଗ୍ ବସ୍ ୬ର ଟାଇଟଲ୍ ଟ୍ରାକର କମ୍ପୋଜ ମଧ୍ୟ କରିଥିଲେ। ଏହାଛଡ଼ା  ଆଇପିଏଲ୍ ୪ ର ଥିମ୍ ଗୀତ ଧୁମ୍ ଧୁମ୍ ଧଡକ୍ ଏହି ଯୋଡି କମ୍ପୋଜ କରିଥିଲେ।

Comment