ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ କରୋନା କବଳରୁ ନିଜକୁ କିଭଳି ସୁରକ୍ଷିତ କରିବେ ଏବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ଏଭଳି ସମୟରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ସଚେତନତା ଅଭିଯାନ ମାଧ୍ୟମରେ କରୋନା କବଳରୁ କିଭଳି ସୁରକ୍ଷିତ ରହିହେବ ସେନେଇ ସଚେତନ କରାଯାଇଛି।
ରବିବାର ପୁନେର ପିମ୍ପରି ଛିଞ୍ଚବଡ଼ ଅଞ୍ଚଳରେ ଲୋକମାନଙ୍କୁ ଏନେଇ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନର ସଦସ୍ୟମାନେ ସଚେତନ କରିଥିଲେ। ଲୋକମାନେ ବିନା କାରଣରେ ଘରୁ ନବାହାରିବା ସହିତ ସାବୁନରେ ହାତ ଧୋଇବା, ସାନିଟାଇଜରେ ହାତ ସଫା ରଖିବା, ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ଛୋଟ ପିଲା ଓ ବୃଦ୍ଧ ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନର ମୁଖ୍ୟ ସଂଯୋଜକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସହିତ ବରିଷ୍ଠ ସଦସ୍ୟ ଜନ୍ମେଜୟ ବିଶ୍ୱାଳ, ଦେବୀ ପ୍ରସାଦ, ଅଖେୟ, ମିଲୁ, ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ।


















