ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଆପଣ ୟଟ୍ୟୁବରେ ଅନେକଗୁଡ଼ିଏ ଲାଟେଷ୍ଟ ଓଡ଼ିଆ ଆଲବମ୍ ଗୀତ ଦେଖିବାକୁ ପାଉଥିବେ। ଯାହାର ଗୀତ ଆପଣଙ୍କ ମନକୁ ଛୁଇଁବା ସହିତ ଏହାର ଡ୍ୟାନ୍ସର ଜଲୱା ଆପଣଙ୍କୁ ଆକର୍ଷିତ କରୁଥିବ। ତେବେ ଓଡ଼ିଆ ଆଲବମ ଜଗତରେ ଏବେ ଗୋଟିଏ ନାଁକୁ ନେଇ ଜୋରଦାର ଚର୍ଚ୍ଚା। ଯାହାର ନାଁ ହେଉଛି ଶୈଳେନ୍ଦ୍ର।

ଲଗାତାର ଭାବରେ ଓଡ଼ିଆ ଆଲବମ ଜଗତକୁ ନୂଆ ନୂଆ ଗୀତ ଭେଟିଦେଇ ସେ ଏବେ ଯୁବପିଢ଼ିଙ୍କ ପାଖରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

ଜାଣନ୍ତୁ, ଶୈଳେନ୍ଦ୍ରଙ୍କ କତୋଟି ହିଟ୍ ଗୀତ ବିଷୟରେ

ପୁଚୁକି ଗାଲି

ନିକଟରେ ଓଡ଼ିଆ ଗୀତ ପୁଚୁକି ବାଲିର ଏକ ନୂଆ ଭର୍ସନକୁ ଲୋକମାନେ ୟୁଟ୍ୟୁବରେ ଦେଖିବାକୁ ପାଇଥିଲେ। ଯେଉଁଥିରେ ଶୈଳେନ୍ଦ୍ରଙ୍କ ସହିତ ଅଭିନେତ୍ରୀ ଶୁଭଶ୍ରୀ ନଜର ଆସିଥିଲେ। ଚତ୍ମକାର ଡ୍ୟାନ୍ସ ସହିତ ଏହି ଗୀତ ଯୁବପିଢିଙ୍କୁ ବେଶ୍ ଆକର୍ଷିତ କରିଥିଲା। ବର୍ତ୍ତମାନ ଏହି ଗୀତକୁ ୟଟ୍ୟୁବରେ ୧୧ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।

ପ୍ରେମିକା

ମନ ଖୋଜୁଥିଲା ଗୋଟେ ପ୍ରେମିକ ଶୀର୍ଷକକୁ ନେଇ ନିର୍ମାଣ ହୋଇଥିବା ଏହି ରୋମାଣ୍ଟିକ ଗୀତରେ ଆପଣ ଶୈଳେନ୍ଦ୍ରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ। ଏହି ଗୀତକୁ ହ୍ୟୁମାନ ସାଗର ଗାଇଥିବାବେଳେ ରାଜା ଡି ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହାକୁ ୟୁଟ୍ୟୁବରେ ପାଖାପାଖି ୭ ମିଲିୟନ ଲୋକ ଦେଖିସାରିଲେଣି।

ରଙ୍ଗବତୀ

ଓ ଓ ରଙ୍ଗବତୀ ଟାଇଟେଲକୁ ନେଇ ଶୈଳେନ୍ଦ୍ରଙ୍କ ଆଉ ଏକ ଗୀତ ମଧ୍ୟ ସୋସିଆଲ୍ ମିଡିଆରେ ଧୁମ୍ ମଚାଇଥିଲା। ରଙ୍ଗବତୀ ଗୀତକୁ ସମସ୍ତେ ପସନ୍ଦ କରିବା ସହିତ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସକୁ ମଧ୍ୟ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଗୀତ ଆପଣଙ୍କୁ ଅତି ସହଜରେ ୟଟ୍ୟୁବରେ ମିଳିଯାଇପାରିବ।

ମୋ ଘର ବାଟ ଦେଇ

ଶୈଳେନ୍ଦ୍ରଙ୍କ ୟୁଟ୍ୟୁବରେ ଲୋକପ୍ରିୟ ଗୀତ ମଧ୍ୟରୁ ଗୋଟିଏ ହେଲେ ମୋ ଘର ବାଟ ଦେଇ ଗୀତ। ଏଥିରେ ଆପଣ ଶୈଳେନ୍ଦ୍ରଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ଚତ୍ମକାର ଅଭିନୟ ମଧ୍ୟ ଦେଖିବାକୁ ପାଇବେ। ମୁଖ୍ୟ କଥା ହେଲା ଏହି ସବୁ ଗୀତରେ କ୍ୟାମେରାକୁ ଚତ୍ମକାର ଭାବେ ବ୍ୟବହାର କରାଯାଇଛି। ଏହାକୁ ୟୁଟ୍ୟୁବରେ ୧୪ ମିଲିୟନ ଲୋକ ଦେଖିସାରିଛନ୍ତି।

ତୁ ମେଘ ହେଇଯା

ଶୈଳେନ୍ଦ୍ରଙ୍କ ଆଉ ଏକ ଲୋକପ୍ରିୟ ଗୀତ ହେଲା ତୁ ମେଘ ହେଇଯା। ଏହି ଗୀତକୁ ଅସୀମା ପଣ୍ଡାଙ୍କ ସହିତ ହ୍ୟୁମାନ ସାଗର ଗାଇଛନ୍ତି। ଗୀତଟି ବହୁ ଦିନ ଧରି ଅନେକ ସୋସିଆଲ୍ ମିଡିଆରେ ଚହଳ ପକାଇ ସାରିଛି। ଏଥିରେ ଶୈଳେନ୍ଦ୍ରଙ୍କୁ ମଧ୍ୟ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here