ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଣାଶୁଣା ଗାୟକ ମିକା ସିଂ ଆଜି ୪୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୯୭୭ରେ ପାଟନାରେ ସେ ଜନ୍ମ ହୋଇଥିଲେ।

ବଲିଉଡର ସଙ୍ଗୀତ ଦୁନିଆଁରେ ଜଣେ ଜଣାଶୁଣା ସିଙ୍ଗର ହେଲେ ମିକା ସିଂ।  ସେ କେବଳ ଜଣେ ୟେ ସିଙ୍ଗର ନୁହଁନ୍ତି ବରଂ ଜଣେ ଲେଖକ ଓ ମ୍ୟୁଜିକ କମ୍ପୋଜର ଭାବେ କାମ କରିଛନ୍ତି।

ସବୁଠୁ ଖାସ କଥା ଦର୍ଶକ ଦେଖିଥିବେ ଯେ ମିକା ସବୁବେଳେ କଳା ଚଷମା ବ୍ୟବହାର କରନ୍ତି। ତାଙ୍କୁ ବିନା ଚଷମାରେ ହୁଏତ ଆଜିଯାଏଁ କେଉଁ ଦର୍ଶକ ଦେଖିନଥିବେ। ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ମିକା କାହିଁକି ସବୁବେଳେ କଳା ଚଷମା ପିନ୍ଧିଥାନ୍ତି?

‘ଦ କପିଲ ଶର୍ମା’ ସୋ’ର ଏକ ଏପିସୋଡରେ ମିକା ତାଙ୍କ ଚଷମାର ରାଜ ବିଷୟରେ କହିଥିଲେ। ମିକାଙ୍କ କହିବା ଅନୁସାରେ ଥରେ ସେ ଫ୍ଲାଇଟରେ ଯାତ୍ରା କରୁଥିଲେ। ଫ୍ଲାଇଟରେ ଯିବା ସମୟରେ ସେ ଶୋଇ ପଡ଼ିଥିଲେ। ଉଠିଲାବେଳକୁ ସେ ତାଙ୍କ ଠିକଣା ଜାଗାରେ ପହଞ୍ଚି ସାରିଥିଲେ। ସେଠି ତାଙ୍କ ପ୍ରଂଶସକ ତାଙ୍କ ସହ ସେଲିଫି ନେବାକୁ ଭିଡ଼ ଲଗାଇଥିଲେ।  ଶୋଇକି ଉଠିଥିବାରୁ ସେ ସମୟରେ ମିକାଙ୍କ ମୁହଁ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେହ ଦିନରୁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ସବୁବେଳେ ଚଷମା ପିନ୍ଧବେ।

ଆଉ ଏକ ଇଣ୍ଟରଭ୍ୟୁରେ ମିକା କହିଥିଲେ ଯେ ସେ ଶୀଘ୍ର କାହା ସହ ନଜର ମିଳାଇ ପାରନ୍ତିନି। ସେଥିପାଇଁ ସେ ସବୁବେଳେ ଚଷମା ପିନ୍ଧିବାକୁ ପସନ୍ଦ କରନ୍ତି।

Comment