ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ଠାରୁ ଶ୍ରୀମନ୍ଦିର ସେବାୟତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି। ସବୁ ସେବାୟତଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।

‘‘ସେବାୟତମାନଙ୍କ ସୁରକ୍ଷା ଆମ ଦାୟିତ୍ୱ। ସେମାନେ ସୁରକ୍ଷିତ ରହିଲେ ହିଁ ଶ୍ରୀମନ୍ଦିରର ନୀତିକାନ୍ତି ଶୃଙ୍ଖଳିତ ଭାବେ ଚାଲିପାରିବ। ଏଥିପାଇଁ ସେମାନଙ୍କୁ ମାସ୍କ ଦିଆଯିବ। ବୟନିକା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା ଚାଲିଛି। ସମ୍ବଲପୁରୀ କପଡ଼ାରେ ମାସ୍କ ତିଆରି କରାଯିବ। ପ୍ରାୟ ୫ ହଜାର ମାସ୍କ ତିଆରି କରାଯିବ’’, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସେବାୟତମାନଙ୍କୁ କୋଭିଡ୍‌-୧୯ ସହାୟତା ପ୍ରଦାନ କରାଯିବ। ଗତ କିଛିଦିନ ତଳେ ପ୍ରଥମ କିସ୍ତି ଦିଆଯାଇଥିଲା। ଖୁବ୍‌ଶୀଘ୍ର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ।

ଆଜି ବିଭିନ୍ନ ନିଯୋଗ ସହିତ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସ୍ନାନଯାତ୍ରା ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comment