ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହ ପ୍ରଖ୍ୟାତ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ବ୍ୟାଣ୍ଡ୍ ବାଜା ବାରାତ୍’ ଜରିଆରେ ପରଦାକୁ ଆସିଥିଲେ। ହେଲେ ରଣବୀରଙ୍କ ସଂଘର୍ଷ ବିଷୟରେ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ। ରଣବୀର ସିଂହ ଆମେରିକାରେ ମାସ୍ କମ୍ୟୁନିକେସନରେ ଡିଗ୍ରୀ ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି ନେବା ପାଇଁ ପ୍ରାୟ ତିନିବର୍ଷ ଯାଏଁ ସଂଘର୍ଷ କରିଥିଲେ।
ପ୍ରଥମେ ରଣବୀର ସ୍କ୍ରିପ୍ଟ ରାଇଟର୍ ହେବାକୁ ଇଛା କରିଥିଲେ। ସେ ପ୍ରଥମ କ୍ଲାସରେ ‘ଦିୱାର’ ଫିଲ୍ମର ସଂଳାପ କରିଥିଲେ। ଏହା ଶୁଣି ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ଏହା ପରେ ରଣବୀର ସିଂହ ‘ହିରୋ’ ହେବା ପାଇଁ ନିଷ୍ପତ୍ତି ନେଲେ।
ଆମେରିକାରୁ ଭାରତ ଫେରିବା ପରେ ପ୍ରଥମେ ରଣବୀର ସିଂହ ଏକ ବିଜ୍ଞାପନ ଏଜେନ୍ସିରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ତା’ପରେ ସେ ଥିଏଟରରେ ଯୋଗ ଦେଇଥିଲେ। ଏଠାରେ ବି ତାଙ୍କୁ ବ୍ୟାକ୍ ଷ୍ଟେଜରେ କାମ ମିଳିଲା। ରଣବୀର ଚାହୁଁଥିଲେ କି ତାଙ୍କୁ ମଞ୍ଚ ଉପରେ ଅଭିନୟ କରିବାର ସୁଯୋଗ ମିଳୁ। କିନ୍ତୁ ତାଙ୍କୁ ଚା’ ଆଣିବା, ରିହର୍ସାଲ୍ କରାଇବା ଭଳି କାମ ମିଳୁଥିଲା। ତା’ପରେ ସେ ଚଳଚ୍ଚିତ୍ର ଜଗତରେ କାମ ପାଇବା ପାଇଁ ସନ୍ଧାନ ଆରମ୍ଭ କରିଥିଲେ।
ରଣବୀର ନିଜର ଫଟୋ ପ୍ରୋଫାଇଲ୍ ଧରି ଅନେକ ପ୍ରଯୋଜକା ନିର୍ଦ୍ଦେଶଙ୍କ ଅଫିସକୁ ଯାଇଥିଲେ। ତାଙ୍କୁ ଅଧିକାଂଶ ଜାଗାରେ ମିଳିଥିଲା ନାସ୍ତିବାଣୀ। ଶେଷରେ ନିର୍ମାତା ଆଦିତ୍ୟ ଚୋପ୍ରା ରଣବୀରଙ୍କୁ ବ୍ରେକ୍ ଦେଇଥିଲେ।