ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଜୁନ ୧୨, ସାରାବିଶ୍ୱରେ ପାଳିତ ହେଉଛି ଶିଶୁ ଶ୍ରମିକ ନିରୋଧ ଦିବସ।

ଯେଉଁ ବୟସରେ ମା’ର ପଣତ ତଳେ ପିଲାଟିଏ ଦିନ କାଟିବା କଥା ସେହି ବୟସରେ କରିବାକୁ ପଡ଼ିଥାଏ କଠିନ ପରିଶ୍ରକ। କଅଁଳ ହାତରେ ଉଠାଇବାକୁ ପଡ଼ିଥାଏ ଅସହଣୀ ବୋଝ, ଯାହାଙ୍କୁ ସମସ୍ତେ କହନ୍ତି ଶିଶୁ ଶ୍ରମିକ। ବିଶ୍ୱସ୍ତରରେ ପିଲାମାନଙ୍କୁ ଶ୍ରମିକ ଭାବରେ ନଖଟାଇବାକୁ ଜନ ସଚେତନା ସୃଷ୍ଟି କରିବା ପାଇଁ ପାଳିତ ହେଉଛି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ।

ପ୍ରତିବର୍ଷ ଜୁନ ୧୨କୁ ଆନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ ହେଉଛି। ଯାହାକୁ ଇଂରାଜୀର world day against child labour କୁହାଯାଏ।

୨୦୦୨ ମସିହାରୁ ଏହା ଆରମ୍ଭ ହୋଇଥିଲା। ଶିଶୁ ଶ୍ରମିକଙ୍କ ଦୁଃଖ, ଦୁର୍ଦ୍ଦଶା ପ୍ରତି ଜନସଚେତନା ଆଣିବା ଓ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଏହି ଦିବସ ବିଶ୍ୱସ୍ତରରେ ପାଳନ କରାଯାଉଛି।

ଶିଶୁଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ ଆଇନ ମଧ୍ୟ ରହିଛି। ଏବେବି କେତେକ ବ୍ୟକ୍ତି ଏହା ଜାଣି ମଧ୍ୟ ଶିଶୁମାନଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଉଛନ୍ତି। ଲହାକୁ ଦୃଷ୍ଟିରେ ଶିଶୁମାନଙ୍କୁ କାର୍ଯ୍ୟରେ ନଖଟାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ପ୍ରଶାସନ ପକ୍ଷରୁ ପରାମଶ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here