ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଳ୍ପ ସମୟ ମଧ୍ୟରେ ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। କିନ୍ତୁ ତାଙ୍କ ଜୀବନ ତାଙ୍କୁ କମ୍ ସମୟ ଦେଇଥିଲା । ଆସନ୍ତୁ ଜାଣିବା କମ୍ ବୟସରେ ଦୁନିଆକୁ କେଉଁ ଅଭିନେତ୍ରୀ ଅଲବିଦା କହିଛନ୍ତି।
ସ୍ମିତା ପାଟିଲ
ବଲିଉଡରେ ସ୍ମିତା ପାଟିଲଙ୍କ କ୍ୟାରିୟର ମାତ୍ର ୧୦ ବର୍ଷ ଥିଲା କିନ୍ତୁ ସେ ଏମିତି କାମ କରିଥିଲେ ତାଙ୍କୁ ଆଜିବି ମନେ ରଖାଯାଇଛି। ସୁନ୍ଦର ଅଭିନୟ ପାଇଁ ଜଣାଶୁଣା ସ୍ମିତା ପାଟିଲ ୧୭ ଅକ୍ଟୋବର ୧୯୫୬ରେ ଜନ୍ମଗ୍ରହଣ କରିଥିଲେ। ସ୍ମିତା ୧୯୮୬ରେ ମାତ୍ର ୩୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ।
ଦିବ୍ୟା ଭାରତୀ
ଦିବ୍ୟା ଭାରତୀଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଯେତେବେଳେ ସେ ପାଞ୍ଚ ମହଲା କୋଠାରୁ ଖସିପଡି ମୁମ୍ବାଇରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ପୂର୍ବରୁ ଦିବ୍ୟା ଶୋଲା ଏବଂ ଶବନମ୍, ଦିୱାନା, ବିଶ୍ୱତ୍ମା ଭଳି ହିଟ୍ ଫିଲ୍ମ ଦେଇଥିଲେ।
ମଧୁବାଲା
ମହାନ ଅଭିନେତ୍ରୀ ମଧୁବାଲା ମାତ୍ର ୩୬ ବର୍ଷ ବୟସରେ ହୃଦରୋଗରେ ପ୍ରାଣ ହରାଇଥିଲେ। ମଧୁବାଲାଙ୍କ ଛାତିରେ ଏକ ଛୋଟ ଛିଦ୍ର ଥିଲା ଏବଂ ସେହି ସମୟରେ ଏହି ରୋଗକୁ ଭଲ କରିବା ପାଇଁ ମାଧ୍ୟମ ନଥିଲା। ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ତାଲିକାରେ ମଧୁବାଲାଙ୍କ ନାଁ ପ୍ରଥମେ ଆସେ।