ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ ବ୍ୟକ୍ତି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ରାଜ୍ୟରେ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ରହିଛନ୍ତି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହାସହ ଆଜିଠୁ ଆସନ୍ତା ଜୁନ୍ ୩୦ ଯାଏଁ ଗଞ୍ଜାମ ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଏଥିସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୯୦୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୧,୩୦୧ ଜଣ ସକ୍ରିୟ ଅଛନ୍ତି। ସେହିପରି କରୋନାରେ ଏଯାଏଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି।


















