ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୧୯ ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବେ। ଏନେଇ ପୁରୀ ପୌର ସଂସ୍ଥା ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାର ନିକଟରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ରଥଯାତ୍ରା ସମ୍ଭାବନା ଦେଖାଦେଇଛି।
କରୋନା ସଙ୍କଟ ଭିତରେ ଏଥର ରଥଯାତ୍ରା ହେବ କି ନାହିଁ ତାକୁନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ସ୍ପଷ୍ଟ ସଙ୍କେତ ଦେଇ ନାହାନ୍ତି। ରଥଯାତ୍ରାକୁ ନେଇ ଆଶଙ୍କା ବଢୁଥିବା ବେଳେ ଆଜି ପୁରୀ ପୌର ପ୍ରଶାସନ ଉଠା ଦୋକାନୀଙ୍କୁ ହଟାଇବା ଲାଗି ନିର୍ଦ୍ଦେଶ ଦେଇ ରଥଯାତ୍ରା ହେବ ବୋଲି ପରୋକ୍ଷରେ ସଙ୍କେତ ଦେଇଛି।
ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ରଥଯାତ୍ରା ପାଇଁ ରାଜ୍ୟ ସରକାର ଆଗୁଆ ଯେଉଁ ପ୍ରସ୍ତୁତି କରିବା କଥା ତାହା କରି ନଥିଲେ। ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପ୍ରଶାସନ ଦେଇ ନଥିଲା। ସମନ୍ୱୟ କମିଟି ବୈଠକ ବି ବସି ନଥିଲା। ହେଲେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶ ଦେବା ପରେ ରଥଯାତ୍ରା ସମ୍ଭାବନା ଦେଖାଦେଇଛି।


















