ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ପୁରୀର ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତିଛବି। ଯେତିକି ଭବ୍ୟ, ସେତିକି ବିଶାଳ ଏହି ଯାତ୍ରା। ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରର ରତ୍ନବେଦୀରୁ ଗୁଣ୍ଡିଚା ମନ୍ଦିରକୁ ବିଶାଳ ରଥରେ ଯାତ୍ରା କରିଥାନ୍ତି। ଘଣ୍ଟ ଘଣ୍ଟା, ମୃଦଙ୍ଗ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଉଠେ ବଡ଼ଦାଣ୍ଡ। ସୃଷ୍ଟି ହୁଏ ଭକ୍ତିମୟ ପରିବେଶ।

ଲକ୍ଷ ଲକ୍ଷ ଭକ୍ତ ଏହି ଉତ୍ସବରେ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ବଡ଼ଦାଣ୍ଡ ପାଲଟିଯାଏ ଜନସମୁଦ୍ର। ଜଗନ୍ନାଥ ସଂସ୍କୃତିରେ ଭକ୍ତି, ଏକତା ଓ ସମାନତାର ପ୍ରତୀକ ଏହି ପବିତ୍ର ଯାତ୍ରାର ରହିଛି ବିଶେଷ ମହତ୍ତ୍ଵ।

ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ଵ ଏବଂ ପରମ୍ପରା ସମ୍ବନ୍ଧରେ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା।

Tags: #RathYatra #RathYatra2025 #Puri #jayjaganath

Comment