ଓଡ଼ିଶାଲାଇଭ୍ ବ୍ୟୁରୋ

saheed kundan lal

ଗତ ସୋମବାର ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ-ଚୀନ ଯବାନଙ୍କ ଭିତର ହୋଇଥିବା ସଂଘର୍ଷରେ ଭାରତ ହରାଇଛି ନିଜର ୨୦ ଜଣ ଯବାନଙ୍କୁ। ଏଥିରେ ରହିଛନ୍ତି ଝାଡ଼ଖଣ୍ଡ କୁନ୍ଦନ କୁମାର ଓଝା। ତାଙ୍କ ସହିଦ ହେବାର ଖବର ପାଇ ପୂରା ପରିବାରରେ ଖେଳିଯାଇଛି ଶୋକର ଛାୟା। ମାତ୍ର ୨୬ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଛନ୍ତି କୁନ୍ଦନ।

ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ଦୋହରୀ ଗାଁରେ କୁନ୍ଦନଙ୍କ ଘର। ୨୦୧୧ରେ କୁନ୍ଦନ ଭାରତୀୟ ସେନାରେ ଭର୍ତ୍ତୀ ହୋଇଥିଲେ। ବିହାର ରେଜିମେଣ୍ଟ କଟିହାରରେ ତାଙ୍କ ପୋଷ୍ଟିଂ ହୋଇଥିଲା। ୨୦୧୭ରେ ସୁଲତାନଗଞ୍ଚର ନୋରହଟୀ ଗାଁରେ ନେହା ନାମକ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ତାଙ୍କ ପରିବାର ତରଫରୁ ଜଣାପଡ଼ିଲା ଯେ ଗତ ୧୭ ଦିନ ତଳେ କୁନ୍ଦନଙ୍କ ପ୍ରଥମ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲା। ହେଲେ କୁନ୍ଦନ ନିଜ ଝିଅକୁ ଥରୁଟିଏ ହେଲେ ଦେଖିପାରିଲେନି। ପ୍ରାୟ ପାଞ୍ଚ ମାସ ତଳେ ଘରକୁ ଆସିଥିଲେ କୁନ୍ଦନ।

kundan jha-3

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହା ସହ ସମଗ୍ର ଝାଡ଼ଖଣ୍ଡ କୁନ୍ଦନଙ୍କ ଭଳି ସାହାସୀ, ନିଡର ଏବଂ କର୍ତ୍ତବ୍ୟପରାୟଣ ପୁଅ ପାଇଁ ଗର୍ବିତ ବୋଲି କହିଛନ୍ତି।

Comment