ଓଡ଼ିଶାଲାଇଭ୍ ବ୍ୟୁରୋ
ଭାବର ଠାକୁର ସେ ଶ୍ରୀ ଜଗନ୍ନାଥ। ସାରାବିଶ୍ୱରେ ରହିଛନ୍ତି ତାଙ୍କରି ଭକ୍ତ। ସେଥିପାଇଁ ତ ଓଡ଼ିଶା ବାହାରେ ବି ଓଡ଼ିଶାର ଇଷ୍ଟ ଦେବତା ଜଗନ୍ନାଥଙ୍କ ମନ୍ଦିର ରହିଛି। ଯେଉଁଠି ପ୍ରତିଦିନ ହଜାର ହଜାର ଭକ୍ତ କାଳିଆ ଠାକୁରଙ୍କ ଦର୍ଶନ କରନ୍ତି। ତବେ ଆସନ୍ତୁ ଜାଣିବା ଓଡ଼ିଶା ବାହାରେ କେଉଁଠି ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ମନ୍ଦିର।
ହାଇଦ୍ରାବାଦ
ହାଇଦ୍ରାବାଦର ଜଗନ୍ନାଥ ମନ୍ଦିର ହେଉଛି ଏକ ଆଧୁନିକ ମନ୍ଦିର ଯାହାକି ହାଇଦ୍ରାବାଦ ସହରର ଓଡିଆ ସମ୍ପ୍ରଦାୟ ଦ୍ୱାରା ହିନ୍ଦୁ ଭଗବାନ ଜଗନ୍ନାଥଙ୍କୁ ଉତ୍ସର୍ଗ କରାଯାଇଛି। ହାଇଦ୍ରାବାଦର ବନଜାରା ପାହାଡ ରୋଡ୍ ନଂ ୧୨ ନିକଟରେ ଏହି ମନ୍ଦିର ରହିଛି।
ଅହମ୍ମଦାବାଦ
ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଜଗନ୍ନାଥଙ୍କର ଏକ ବଡ଼ ମନ୍ଦିର ରହିଛି। ଜମାଲପୁର ଅଞ୍ଚଳରେ ଥିବା ଏହି ମନ୍ଦିର ପ୍ରାୟ ୪୫୦ ବର୍ଷ ପୂର୍ବେ ସାଧୁ ସାରଙ୍ଗଦାସଜୀ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ବୋଲି ବିଶ୍ୱାସ ରହିଛି।
ରାଞ୍ଚି
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଧୁର୍ୱରେ ଥିବା ଏହି ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନିନାଥ ସିଂହଦେଓ ୧୬୯୧ମସିହାରେ ନିର୍ମାଣ କରିଥିଲେ । ନିର୍ମାଣ କାର୍ଯ୍ୟ ୧୬୯୧ ମସିହା ଖ୍ରୀଷ୍ଟମାସ ଦିନ ସମାପ୍ତ ହୋଇଥିଲା । ମନ୍ଦିରଟି ମୁଖ୍ୟ ସହରଠାରୁ ପ୍ରାୟ ୧୦କିମି ଦୂରତାରେ ଅବସ୍ଥିତ । ମନ୍ଦିରଟି କ୍ଷୁଦ୍ର ହୋଇଥିଲେ ପୁରୀ ଶ୍ରମନ୍ଦିୀ ଢାଞ୍ଚାରେ ନିର୍ମାଣ ହୋଇଛି।
ଚେନ୍ନାଇ
ଚେନ୍ନାଇରେ ମଧ୍ୟ ଜଗନ୍ନାଥଙ୍କର ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୂଜା ପାଆନ୍ତି। କନ୍ନଥୁରଠାରେ ମନ୍ଦିର ଅବସ୍ଥିତ।
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗର ମୋହନପୁରରେ ଏକ ପ୍ରାଚୀନ ମନ୍ଦିର ହେଉଛି ଜଗନ୍ନାଥ ମନ୍ଦିର। ଏହା ଜଲେଶ୍ୱରଠାରୁ ପ୍ରାୟ ୨୦ କିଲୋମିଟର, ଇଗ୍ରାଠାରୁ ୧୬ କିଲୋମିଟର ଏବଂ କୋଲକାତା ଠାରୁ ୨୦୧ କିଲୋମିଟର ଦୂରରେ ଅବସ୍ଥିତ | ଜଗନ୍ନାଥ, ବଳରାମ ଏବଂ ସୁଭଦ୍ରାଙ୍କ ପ୍ରତିମା ମନ୍ଦିରରେ ରହିଛି।
ସେହିପରି ବେଙ୍ଗାଳୁରୁ, ଛତିଶଗଡ଼ର ରାୟପୁର, ତାମିଲନାଡୁରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରହିଛି। ଏମିତିକି ଭାରତ ବାହାରେ ବିଦେଶରେ ମଧ୍ୟ ପ୍ରଭୁ ଜଗନ୍ନାଥ ପୂଜା ପାଉଛନ୍ତି।















