ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଆପଣ ଯେଉଁ ଦୋକାନକୁ ବି ଯାଆନ୍ତୁ ସେଠାରେ ଆପଣ ଦୋକାନୀଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ। ତାଙ୍କୁ ପଇସା ଦେଇ ନିଜର ଆବଶ୍ୟକୀୟ ଜିନିଷ ଆଣିଥିବେ। କିନ୍ତୁ ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଆପଣ ଦୋକାନୀ ନଥିବା ଅନେକ ଦୋକାନ ଦେଖିବାକୁ ପାଇବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଦୋକାନଗୁଡ଼ିକ ମୁଖ୍ୟତଃ ନ୍ୟାସନାଲ ହାଇଓ୍ୱେରେ ଦେଖିବାକୁ ମିଳେ। ଏହି ଦୋକାନରୁ ଆପଣ ନିଜର ଆବଶ୍ୟକୀୟ ଜିନିଷ ନେଇପାରିବେ।

ରାଜ୍ୟ ରାଜଧାନୀ ଆଇଜୱାଲଠାରୁ କିଛି ଦୂରରେ ଏକ ସହର ରହିଛି ସେଲିଂ। ସ୍ଥାନୀୟ ସମ୍ପ୍ରଦାୟ ଏକ ଅନନ୍ୟ ଏବଂ ଏହି ନିଆରା ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହାକୁ ‘ନାଗାହା ଲୋ ଡାଉର୍ ସଂସ୍କୃତି’ କୁହାଯାଏ।

ଏହି ପରମ୍ପରା ଅନୁଯାୟୀ, ଦୋକାନୀମାନଙ୍କ ଉପସ୍ଥିତି ବିନା ଦୋକାନ ଖୋଲାଯାଏ| ଅନେକ ଥର ଏହି ପରମ୍ପରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳେ। ପରମ୍ପରା ଅନୁସାରେ ଦୋକାନୀ ଦୋକାନ ଖୋଲି କରି ଏକ ଡବା ରଖି ସେଠାରୁ ଚାଲି ଯାଆନ୍ତି। ଲୋକେ ନିଜେ ନିଜେ ଦୋକାନରୁ ଜିନିଷ ନେଇ ସେହି ଡବାରେ ଟଙ୍କା ରଖି ଦେଇ ଯାଆନ୍ତି। ବିଶ୍ୱାସରେ ହିଁ ଏଠାରେ ଏହି ଦୋକାନମାନ ଚାଲିଥାଏ।

Comment