ଓଡ଼ିଶାଲାଇଭ୍ ବ୍ୟୁରୋ

ମିଜୋରାମର ରାଜଧାନୀ ଆଇଜୋଲ ନିକଟ ସାଇରାଙ୍ଗଠାରେ ବୁଧବାର ଦିନ ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସାଇରାଙ୍ଗ ନିକଟରେ ନିର୍ମାଣାଧୀନ ରେଳ ପୋଲ କାମ ଚାଲିଥିଲା ବେଳେ ହଠାତ୍ ଭୁଶୁଡ଼ି ଯାଇଥିଲା। ଫଳରେ ସେଠାରେ କାମ କରୁଥିବା ପ୍ରାୟ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପୋଲ ତଳେ ଚାପି ହୋଇ ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏବେ ବି ୩୦ରୁ ୪୦ ଜଣ ଶ୍ରମିକ ପୋଲ ତଳେ ଦବି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଏବଂ ଆତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।

ସେହିପରି ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣ ଶମିକ ପ୍ରାଣ ହରାଇବା ଘଟଣାରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ମିଜୋରାମର ଯେଉଁ ରେଳ ପୋଲ ପ୍ରକଳ୍ପରେ ଶ୍ରମିକମାନେ କାମ କରୁଥିଲେ ତା’ର ଉଚ୍ଚତା ୧୦୪ ମିଟର ରହିଛି।

Tags: #Aizawl #Mizoram #RailwayBridgeCollapsed #17Death #Rescue

Comment