ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସ୍ଵାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଶନିବାର ଦିନ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୮ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଦିନ ଲୁହାଛଡ଼ ଏବଂ ସିମେଣ୍ଟ ବୋଝେଇ ଏକ ଟିପ୍ପର ଚିତ୍ରକୋଣ୍ଡାରୁ ଜୋଡ଼ାମ୍ବ ଯାଉଥିଲା। ଏହି ଟିପ୍ପର ଉପରେ ପ୍ରାୟ ୧୦ ଜଣ ଶ୍ରମିକ ବସିଥିଲେ। ମାଲକାନଗିରି ସ୍ଵାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଟିପ୍ପରଟି ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିଲେ। ମୃତାହତ ଶ୍ରମିକମାନେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।

Tags: #Malkangiri #SwabhimanAnchal #Accident #Death #rescue

LEAVE A REPLY

Please enter your comment!
Please enter your name here