ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଏକୋ ଏକୋଇଶିଆ ସହ ନାମକରଣ କରାଯାଇଛି। ବୁର୍ଲା ଭୀମସାର ପକ୍ଷରୁ ସୋମବାର ଦିନ ଶିଶୁଟିର ନାମକରଣ କରାଯାଇ ତା’ର ନାଁ ‘ବିଜୟିନୀ’ ରଖାଯାଇଛି।

ବୋରୱେଲରୁ ଉଦ୍ଧାର ହେବା ପରଠାରୁ ଶିଶୁଟି ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ଆଜି ବିଜୟିନୀର ଏକୋଇଶିଆ ପାଳନ କରାଯାଇ କେକ କଟାଯିବା ସହ ମିଠା ବଣ୍ଟାଯାଇଥିଲା।

ବର୍ତ୍ତମାନ ବିଜୟିନୀର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ହେଉଛି। ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ବିଜୟିନୀକୁ କେହି ପରିତ୍ୟକ୍ତ ବୋରୱେଲରେ ଫିଙ୍ଗି ଦେଇଥିଲା। ଡିସେମ୍ବର ୧୩ ତାରିଖରେ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା।

Tags: #BorewellMishap #Vijayini #BabyGirl #Rescue #Rengali #Sambalpur

LEAVE A REPLY

Please enter your comment!
Please enter your name here